Latest Odisha News

BREAKING NEWS

କାଲି ବଙ୍ଗୋପସାଗରରେ ଲଘୁଚାପ, ୨ ଦିନ ବିଭିନ୍ନ ଜିଲ୍ଲାରେ ଦେଖାଯିବ କୁହୁଡ଼ି

ଭୁବନେଶ୍ୱର: ରାଜ୍ୟର ପ୍ରାୟ ସବୁ ସ୍ଥାନରେ ଶୀତ ଲହରୀ ଆରମ୍ଭ ହୋଇଛି । ସେପଟେ ଦକ୍ଷିଣ ଆଣ୍ଡାମାନ ସାଗର ଓ ସଂଲଗ୍ନ ଦକ୍ଷିଣପୂର୍ବ ସାଗରରେ ସୃଷ୍ଟ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି । ଏହା ପ୍ରଭାବରେ ଆସନ୍ତାକାଲି ଦକ୍ଷିଣପୂର୍ବ ବଙ୍ଗୋପସାଗର ଅଞ୍ଚଳରେ ଲଘୁଚାପ ସୃଷ୍ଟି ହେବା ସମ୍ଭାବନା ନେଇ ଆକଳନ କରିଛି ପାଣିପାଗ ବିଜ୍ଞାନ କେନ୍ଦ୍ର ।

ଏବେ ରାଜ୍ୟରେ ପାଗ ଶୁଖିଲା ରହିଥିବା ବେଳେ ଆଜି ରାଜ୍ୟର ୨୦ଟି ସ୍ଥାନରେ ରାତି ତାପମାତ୍ରା ୧୫ ଡିଗ୍ରୀ ତଳେ ରହିଛି । ଘୁ.ଉଦୟଗିରି ଓ ଶିମିଳିଗୁଡ଼ାରେ ପାରଦ ୧୦ ଡିଗ୍ରୀ ତଳେ ରହିଛି । ଆଗାମୀ ୨ ଦିନ ଧରି କନ୍ଧମାଳ, କଳାହାଣ୍ଡି, ଗଜପତି, ରାୟଗଡ଼ା, କୋରାପୁଟ ଓ ମାଲକାନଗିରି ଜିଲ୍ଲାରେ ସ୍ୱଳ୍ପରୁ ମଧ୍ୟମଧରଣର କୁହୁଡ଼ି ଅନୁଭୂତ ହେବ ।

ତେବେ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ଆସିବ ନାହିଁ । ତାପମାତ୍ରା ସ୍ୱାଭାବିକ ଠାରୁ ୨ରୁ ୪ ଡିଗ୍ରୀ କମ୍ ଆସନ୍ତା ୪ରୁ ୫ ଦିନ ଯାଏ ରହିବ । ତେବେ ଲଘୁଚାପ ସୃଷ୍ଟି ହେଲେ ଏହା ୧୮ ତାରିଖ ବେଳକୁ ଅବପାତରେ ପରିଣତ ହେବ । ପ୍ରଭାବରେ ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜରେ ବର୍ଷା ହେବ ।

Leave A Reply

Your email address will not be published.