Latest Odisha News

BREAKING NEWS

ମହିଳା ରେସଲରଙ୍କ ପ୍ରତି ଦୁଷ୍କର୍ମ ମାମଲା: ବ୍ରିଜଭୂଷଣ, ବିନୋଦଙ୍କୁ ସମନ ଜାରୀ

ନୂଆଦିଲ୍ଲୀ: ମହିଳା ରେସଲରଙ୍କ ପ୍ରତି ଦୁଷ୍କର୍ମ ଅଭିଯୋଗରେ ଶୁକ୍ରବାର ଭାରତୀୟ କୁସ୍ତି ସଂଘର ପୂର୍ବତନ ଅଧ୍ୟକ୍ଷ ତଥା ବିଜେପି ଏମପି ବ୍ରିଜଭୂଷଣ ଶରଣ ସିଂଙ୍କୁ ସମନ ଜାରୀ କରାଯାଇଛି । ରାଉଜ ଏଭେନ୍ୟୁ କୋର୍ଟ ବ୍ରିଜଭୂଷଣ ଏବଂ ସେକ୍ରେଟାରୀ ବିନୋଦ ତୋମାରଙ୍କୁ କୋର୍ଟରେ ହାଜର ହେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଏହା ପୂର୍ବରୁ କୋର୍ଟ ଦିଲ୍ଲୀ ପୋଲିସ ମାମଲାରେ ସିଡିଆର ରିପୋର୍ଟ ଓ ଏଫଏସଏଲ ରିପୋର୍ଟ ତଲବ କରିଥିଲେ । ଏଫଏସଏଲ ରିପୋର୍ଟ ଆସି ନାହିଁ । ପୋଲିସ ବ୍ରିଜଭୂଷଣଙ୍କ ବିରୋଧରେ ଲଗାଇଥିବା ଧାରା ଅନୁଯାୟୀ ଯଦି ସେ ଦୋଷୀ ସାବ୍ୟସ୍ତ ହୁଅନ୍ତି ତାହାହେଲେ ଅତି କମରେ ୫ ବର୍ଷ ଜେଲ ଦଣ୍ଡ ଭୋଗିବେ ।

ତାଙ୍କ ବିରୋଧରେ ୩୫୪, ୩୫୪ ଏ, ୩୫୪ ଡି ଧାରା ଲଗା ଯାଇଛି । ସୂଚନାଯୋଗ୍ୟ, ଭାରତର ପ୍ରତିଷ୍ଠିତ ରେସଲରମାନେ ବ୍ରିଜଭୂଷଣଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ଆଣିଥିଲେ । ତାଙ୍କୁ ଗିରଫ କରିବା ପାଇଁ ସେମାନେ ଧାରଣା ଦେଇଥିଲେ । କ୍ରୀଡାମନ୍ତ୍ରୀ ଓ ଗୃହମନ୍ତ୍ରୀଙ୍କ ଆଶ୍ୱସନା ପରେ ସେମାନେ ଏଥିରୁ ଓହରିଥିଲେ । ପୋଲିସ ତାଙ୍କ ବିରୋଧରେ ମାମଲା ରୁଜୁ କରି ତଦନ୍ତ ଜାରୀ ରଖିଛି । ଇତି ମଧ୍ୟରେ ନାବାଳିକା ଦୁଷ୍କର୍ମ ଅଭିଯୁକ୍ତ ତାର ବୟାନରୁ ଓହରି ଯିବାରୁ ବ୍ରିଜଭୂଷଣ କିଛି ମାତ୍ରାରେ ଆଶ୍ୱସ୍ତ ହୋଇଛନ୍ତି ।

Leave A Reply

Your email address will not be published.