Latest Odisha News

BREAKING NEWS

ବାହାନଗା ଟ୍ରେନ୍ ଦୁର୍ଘଟଣା, ୩ ଜଣଙ୍କୁ ବାନ୍ଧିଲା ସିବିଆଇ

ଭୁବନେଶ୍ୱର: ବାଲେଶ୍ୱର ବାହାନଗା ଟ୍ରେନ୍ ଦୁର୍ଘଟଣାରେ ୩ ଜଣ ଗିରଫ । ୩ ଜଣଙ୍କୁ ସିବିଆଇ ଗିରଫ କରିଥିବା ନେଇ ସୂଚନା ମିଳିଛି । ଭାରତୀୟ ରେଳବାଇର ୩ ଜଣ କର୍ମଚାରୀଙ୍କୁ ସିବିଆଇ ଗିରଫ କରିଛି ।

ସେକ୍ସନ୍ ଇଞ୍ଜିନିୟର ମହମ୍ମଦ ଅମୀର ଖାନ, ଟେକ୍ନିସିଆନ୍ ପପୁ କୁମାର, ସିନିୟର ସେକ୍ସନ୍ ଇଞ୍ଜିନିୟର ଅରୁଣ କୁମାର ମହନ୍ତଙ୍କୁ ସିବିଆଇ ଗିରଫ କରିଛି ।

ଜୁନ୍ ୨ ତାରିଖ ରାତି ପ୍ରାୟ ୭ଟା ବେଳେ ବାହାନଗା ରୋଡ୍ ଷ୍ଟେସନ ନିକଟରେ ଛିଡ଼ା ହୋଇଥିବା ମାଲବାହୀ ଗାଡ଼ିକୁ ପଛରୁ ଧକ୍କା ଦେଇଥିଲା କରମଣ୍ଡଳ ଏକ୍ସପ୍ରେସ୍ ।

ମାଲବାହୀକୁ କରମଣ୍ଡଳ ଧକ୍କା ଦେବା ପରେ କିଛି କୋଚ୍ ଅନ୍ୟ ଟ୍ରାକକୁ ଛିଟିକି ପଡ଼ିଥିଲା । ସେହି ସମୟରେ ବିପରୀତ ଦିଗରୁ ଆସୁଥିବା ଯଶୱନ୍ତପୁର-ହାୱଡ଼ା ସୁପରଫାଷ୍ଟ ମଧ୍ୟ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଏହି ଦୁର୍ଘଟଣାରେ ୨୯୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ହଜାରେରୁ ଅଧିକ ଯାତ୍ରୀ ଆହତ ହୋଇଥିଲେ ।

Leave A Reply

Your email address will not be published.