Latest Odisha News

ହାଜର ପାଇଁ ବର୍ଷା ପ୍ରିୟଦର୍ଶିନୀଙ୍କୁ ଦିଲ୍ଲୀ କୋର୍ଟଙ୍କ ସମନ

କଟକ: ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କୁ ହାଜର ପାଇଁ ସମନ ଜାରି କରିଛନ୍ତି ଦିଲ୍ଲୀ ପଟିଆଲା କୋର୍ଟ । ଜାନୁଆରୀ ୪ ତାରିଖରେ ହାଜର ପାଇଁ କୋର୍ଟ ସମନ କରିଛନ୍ତି । କେନ୍ଦ୍ରାପଡ଼ା ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତିଙ୍କ ଷ୍ଟାଫଙ୍କ ପ୍ରତି ବର୍ଷା ଦେଇଥିବା ଜାତିଆଣ ଆକ୍ଷେପ ମାମଲାରେ କୋର୍ଟ ହାଜର ପାଇଁ ସମନ କରିଛନ୍ତି ।

ବର୍ଷାଙ୍କ ସହ ତାଙ୍କ ମାଆ ଏବଂ ଭଉଣୀଙ୍କୁ ମଧ୍ୟ ହାଜର ପାଇଁ ସମନ ମିଳିଛି । ଜାତିଆଣ ଆକ୍ଷେପ ନେଇ ଦିଲ୍ଲୀର ନର୍ଥ ଆଭେନ୍ୟୁ ପୋଲିସ ଷ୍ଟେସନରେ ମାମଲା ରୁଜୁ ହୋଇଥିଲା ।

୨୦୧୯ ମସିହା ଜୁଲାଇରେ ବର୍ଷା ଓ ତାଙ୍କ ମାଆ ଅନୁଭବଙ୍କ ଷ୍ଟାଫ ସୁଜିତ ଦଳେଇଙ୍କ ପ୍ରତି ଜାତିଆଣ ଆକ୍ଷେପ ଦେଇଥିବା ଅଭିଯୋଗ ହୋଇଥିଲା । ଏହି ମାମଲାରେ ଏସପିଙ୍କ ନେତୃତ୍ୱରେ ଏକ ଟିମ୍ ଗତ ମାସରେ କଟକ ଆସି ତଦନ୍ତ କରିଥିଲା ।

ଦିଲ୍ଲୀ ପୋଲିସର ନୋଟିସ ପରେ ବର୍ଷା ଓ ତାଙ୍କ ମାଆ ଓଡ଼ିଶା ହାଇକୋର୍ଟରେ ଅନ୍ତରୀଣ ଜାମିନ୍ ଲାଗି ଜୁଲାଇ ୩୦ ତାରିଖରେ ଆବେଦନ କରିଥିଲେ । ଅଗଷ୍ଟ ୪ରେ ହାଇକୋର୍ଟ ବର୍ଷାଙ୍କୁ ଅନ୍ତରୀଣ ସୁରକ୍ଷା ଦେବା ସହ ଅନ୍ୟ ୨ ଜଣଙ୍କୁ ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ ଗିରଫ ନ କରିବା ଲାଗି ପୋଲିସକୁ ନିର୍ଦ୍ଦେଶ ଦେଇଥିଲେ ।

Leave A Reply

Your email address will not be published.