ନୂଆଦିଲ୍ଲୀ: ନୂଆଦିଲ୍ଲୀରେ ଶୁକ୍ରବାର ଦିନ ସାମାନ୍ୟ ଭୁମିକମ୍ପର ଝଟକା ଅନୁଭୂତ ହୋଇଛି ।
ନ୍ୟାସନାଲ ସେଣ୍ଟର ଫର୍ ସେସିମୋଲୋଜିର ରିପୋର୍ଟ ଅନୁଯାୟୀ ରିକ୍ଟର ସ୍କେଲରେ ଏହି ଭୂମିକମ୍ପର ତୀବ୍ରତା ୨.୩ ମପା ଯାଇଥିଲା ।
ଆହୁରି ମଧ୍ୟ ଏହି ଏଜେନ୍ସିର ରିପୋର୍ଟ ଅନୁଯାୟୀ ଦିଲ୍ଲୀର ନାଗଲୋଇରେ ଏହି ଭୁମିକମ୍ପ ଅନୁଭୂତ ହୋଇଥିଲା ବେଳେ ଏଯାବତ୍ କିଛି କ୍ଷୟକ୍ଷତିର ସୂଚନା ମିଳିନାହିଁ।
Comments are closed.