Latest Odisha News

BREAKING NEWS

ଫେବୃଆରୀ ୫ରେ ହେବ ଦିଲ୍ଲୀ ନିର୍ବାଚନ, ଘୋଷଣା ହେଲା ତାରିଖ

ନୂଆଦିଲ୍ଲୀ: ଘୋଷଣା ହେଲା ତାରିଖ । ବାଜିଲା ଦିଲ୍ଲୀ ବିଧାନସଭା ନିର୍ବାଚନ ବିଗୁଲ। ଫେବୃଆରୀ ୫ରେ ପଡିବ ଭୋଟ । ମଇଦାନରେ ପାଓ୍ବାର ଦେଖାଇବେ ପ୍ରମୁଖ ଦଳ । ଏନେଇ ଆଜି ତାରିଖ ଘୋଷଣା କରିଛି ନିର୍ବାଚନ ଆୟୋଗ । ଆସନ୍ତା ଫେବୃଆରୀ ୫ରେ ୭୦ ଆସନ ବିଶିଷ୍ଟ ଦିଲ୍ଲୀରେ ଭୋଟ ଗ୍ରହଣ କାର୍ଯ୍ୟ ଅନୁଷ୍ଠିତ ହେବ । ଏଥର କିଏ କାହା ଉପରେ ଭାରି ପଡିବ ? ଆମ୍ ଆଦମୀ ପାର୍ଟି, ବିଜେପି ଓ କଂଗ୍ରେସ ଭିତରେ ଏଥର ତ୍ରିମୁଖୀ ଲଢେଇ । ୫ରେ ନିଜ ନିଜର ଭାଗ୍ୟ ପରୀକ୍ଷା କରିବେ ୩ ପ୍ରମୁଖ ଦଳ ।

ତେବେ ଆଜି ଦିଲ୍ଲୀ ସାଧାରଣ ନିର୍ବାଚନ ପାଇଁ ତାରିଖ ଘୋଷଣା କରିଛନ୍ତି ନିର୍ବାଚନ କମିଶନ । ପୂର୍ବ ପରମ୍ପରାକୁ ବଜାୟ ରଖି ଏଥର ମଧ୍ୟ ଗୋଟିଏ ପର୍ଯ୍ୟାୟରେ ଦିଲ୍ଲୀରେ ପଡିବ ଭୋଟ । ଆସନ୍ତା ଫେବୃଆରୀ ୫ରେ ଦିଲ୍ଲୀ ବିଧାନସଭା ନିର୍ବାଚନ ହେବାକୁ ଥିବା ବେଳେ ଫେବୃଆରୀ ୮ରେ ହେବ ଭୋଟ ଗଣନା ପ୍ରକ୍ରିୟା ହେବ । ତେବେ ଏଥିପାଇଁ ଆସନ୍ତା୧୦ ତାରିଖରେ ନିର୍ବାଚନ ପାଇଁ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇବ। ଜାନୁଆରୀ ୧୭ ତାରିଖ ନାମାଙ୍କନର ଅନ୍ତିମ ତାରିଖ ରଖାଯାଇଛି। ୨୦ ତାରିଖ ନାମାଙ୍କନ ପ୍ରତ୍ୟାହାରର ଶେଷ ତାରିଖ।

ତେବେ ଦିଲ୍ଲୀରେ ମୋଟ ୧ କୋଟି ୫୫ ଲକ୍ଷ ୨୪ ହଜାର ୮୫୮ ଭୋଟର ଅଛନ୍ତି। ସେଥିମଧ୍ୟରୁ ପୁରୁଷ ଭୋଟରଙ୍କ ସଂଖ୍ୟା ୮୩,୪୯,୬୪୫ ଥିବାବେଳେ ମହିଳା ଭୋଟରଙ୍କ ସଂଖ୍ୟା ୭୧,୭୩,୯୫୨ ରହିଛି। ସେହିପରି ତୃତୀୟ ଲିଙ୍ଗର ସଂଖ୍ୟା ୧,୨୬୧ ରହିଛି। ଗତ ଦୁଇଟି ବିଧାନସଭା ନିର୍ବାଚନରେ ବହୁମତ ହାସଲ କରି ଦିଲ୍ଲୀ ଶାସନ ଡୋରି ଭିଡିକି ରଖିଛି ଆମ ଆଦମି ପାର୍ଟି । ହେଲେ ଗତ ବର୍ଷକ ଭିତରେ ବହୁ କିଛି ବଦଳିଛି । ସେଥିପାଇଁ ଏଥରର ଲଢେଇ ଖାଲି ନିର୍ବାଚନୀ ହାର-ଜିତ୍ ନୁହେଁ ଏଥରର ଦିଲ୍ଲୀ ଲଢେଇ ସ୍ବାଭିମାନର ଲଢେଇ । ଏଥର ଦିଲ୍ଲୀ ଭୋଟରଙ୍କ ମୁଡ କହିବ କେତେ ଯଥାର୍ଥ ରହିଛି କେଜ୍ରିଓ୍ବାଲଙ୍କ ଦମ୍ଭୋକ୍ତିର…ଯାହା ଉପରେ ପୂରା ଦେଶର ନଜର ।

Leave A Reply

Your email address will not be published.