Latest Odisha News

ଚମକାଇଲା ନୂଆ ଏକ୍‌ଜିଟ ପୋଲ, କଂଗ୍ରେସକୁ ଏତେ ସିଟ, ପଛରେ ଆପ

ନୂଆଦିଲ୍ଲୀ: ଦିଲ୍ଲୀ ପାଇଁ ଆସିଥିବା ଭୋଟ ବାହୁଡା ମତ କହୁଛି ଏଥର ସେଠାରେ ବିଜେପି ସରକାର। ଅଧିକାଂଶ ଏକଜିଟ ପୋଲରେ ପଛରେ ପଡିଛି ଆପ। ଦିଲ୍ଲୀ ବିଧାନସଭାର ୭୦ ଆସନ। ଆଉ ମ୍ୟାଜିକ ନମ୍ବର ପାଇଁ ୩୬ ସିଟ୍ ଦରକାର ଥିବା ବେଳେ ବିଭିନ୍ନ ସଂସ୍ଥା କରିଛନ୍ତି ଭିନ୍ନ ଭିନ୍ନ ଆକଳନ। ମେଟ୍ରିଜ୍ ( MATRIZE) ଏକଜିଟ ପୋଲରେ ବିଜେପି ଏବଂ ଆପ୍ ମଧ୍ୟରେ ଟିକେ ଟକ୍କର ହେଉଛି। ବିଜେପିକୁ ୩୫ରୁ ୪୦ ସିଟ୍ ମିଳୁଥିବା ବେଳେ ଆମ ଆଦମୀ ପାର୍ଟି ପାଉଛି ୩୨ରୁ ୩୭ ଆସନ। ଆଉ କଂଗ୍ରେସକୁ ମିଳୁଛି ମାତ୍ର ଗୋଟିଏ ସିଟ୍। ତେବେ JVC’S ଆକଳନ କହୁଛି ବିଜେପି ପାଉଛି ୩୯ରୁ ୪୫ ଆସନ। ଆଉ ଆପ୍ ପାଉଛି ୨୨ରୁ ୩୧ ସିଟ, କଂଗ୍ରେସକୁ ୨ଟି ଏବଂ ଅନ୍ୟାନ୍ୟ ପାଉଛନ୍ତି ଗୋଟିଏ ଆସନ।

ପିପୁଲ୍ସ ଇନସାଇଟ ( PEOPLE‘S INSIGHT) ସର୍ଭେରେ ବିଜେପି ପୂର୍ଣ୍ଣ ବହୁମତ ପାଉଛି। ବିଜେପିକୁ ୪୦ରୁ ୪୪ ସିଟ, ଆପକୁ ୨୫ରୁ ୨୯ ସିଟ୍ ଏବଂ କଂଗ୍ରେସକୁ ଗୋଟିଏ ଆସନ ମିଳୁଛି। ପିପୁଲ୍ସ ପଲ୍ସ (PEOPLE‘S PULSE) ସର୍ଭେରେ ମଧ୍ୟ ବିଜେପିକୁ ୫୧ରୁ ୬୦ ଆସନ, ଆପକୁ ୧୦ରୁ ୧୯ ଏବଂ କଂଗ୍ରେସକୁ ମିଳୁଛି ୩ଟି ଆସନ। ଚାଣକ୍ୟ (CHANAKYA STRATEGIES) ସର୍ଭେରେ ବିଜେପିକୁ ୩୯ରୁ ୪୪ ସିଟ, ଆପକୁ ୨୫ରୁ ୨୮ ସିଟ୍ ଏବଂ କଂଗ୍ରେସ ପାଇପାରେ ୩ଟି ଆସନ। ସେହିପରି P-MARQ ସର୍ଭେରେ ୩୯ରୁ ୪୯ ଆସନ ପାଇ ବିଜେପି ଆଗରେ ରହିଛି । ଆପକୁ ୨୧ରୁ ୩୧ ଆସନ ମିଳୁଥିବା ବେଳେ କଂଗ୍ରେସ ପାଇପାରେ ମାତ୍ର ଗୋଟିଏ ସିଟ୍ ।

ପୋଲ ଡାଇରୀ (POLL DIARY) ସର୍ଭେରେ ବିଜେପି ପାଉଛି ୪୨ରୁ ୫୦ ସିଟ୍ , ଆପକୁ ମିଳୁଛି ୧୮ରୁ ୨୫ ଆସନ ଏବଂ କଂଗ୍ରେସ ପାଇପାରେ ୨ଟି ଆସନ। ଡିଭି ରିସର୍ଚ୍ଚ (DV RESEARCH) କହୁଛି ଦିଲ୍ଲୀରେ ବିଜେପି ପାଇପାରେ ୩୬ରୁ ୪୪ ଆସନ । ଆପ୍ ୨୬ରୁ ୩୪ ଆସନ ପାଉଥିବା ବେଳେ କଂଗ୍ରେସର ହାତ ଖାଲି। ଆକଳନ ଯଦି ଠିକ ରୁହେ ତାହାହେଲେ ୨୭ ବର୍ଷ ପରେ ଦିଲ୍ଲୀରେ ସରକାର ଗଢିବ ବିଜେପି। ଆମ୍ ଆଦମୀ ପାର୍ଟି ବିରୋଧୀ ଦଳ ଭୂମିକାରେ ବସିପାରେ ଏବଂ ୧୧ ବର୍ଷ ପରେ କମବ୍ୟାକ୍ କରିବାକୁ କଂଗ୍ରେସ ଯେଉଁ ଆଶା ରଖିଥିଲା ତାହା ଆଶାରେ ହିଁ ରହିବ। ୭୦ ବିଧାନସଭା ଆସନରେ ୬୯୯ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ଇଭିଏମରେ ସିଲ ହୋଇସାରିଛି। ଆଉ କିଏ ହେବେ ରିଅଲ ୱିନର ତାହା ଆସନ୍ତା ୮ ତାରିଖରେ ଭୋଟ ଗଣତି ପରେ ଜଣାପଡିବ ।

Comments are closed.