ନାଗପୁର: ଭାରତୀୟ କ୍ରିକେଟ ଟିମ ଏବେ ଇଂଲଣ୍ଡ ବିପକ୍ଷ ଦିନିକିଆ ସିରିଜ ପାଇଁ ପ୍ରସ୍ତୁତି ଶେଷ କରିଛି । ଏ ନେଇ ଟିମ ଇଣ୍ଡିଆର ଅଧିନାୟକ ରୋହିତ ଶର୍ମା ପ୍ରେସ କନଫେରେନ୍ସରେ ଟିମ ରଣନୀତି ସମ୍ପର୍କୀତ ପ୍ରଶ୍ନର ଉତର ଦେଉଥିଲେ । ତେବେ ଜଣେ ସାମ୍ବାଦିକ ତାଙ୍କ ଫର୍ମ ସମ୍ପର୍କରେ ପଚାରିବାରୁ ସେ ରାଗି ଯାଇଥିଲେ । ସେ କହିଥିଲେ ଜଣେ ଖେଳାଳିଙ୍କ କ୍ୟାରିୟର ଏ ଭଳି ପରିସ୍ଥିତି ନିଶ୍ଚିତ ଭାବେ ଆସିଥାଏ । ଅଷ୍ଟ୍ରେଲିଆ ବିପକ୍ଷ ସିରିଜ ସମ୍ପକରେ ପଚରାଯିବାରୁ ସେ କହିଥିଲେ, ଏହା କି ଭଳି ପ୍ରଶ୍ନ ? ତାହା ଅଲଗା ଫର୍ମାଟ ଥିଲା ଆମେ ଏବେ ଦିନିକିଆ କ୍ରିକେଟ ଖେଳିବାକୁ ଯାଉଛୁ । ଆମ ପାଇଁ ପ୍ରତ୍ୟେକ ମ୍ୟାଚ ନୂଆ ଦିନ ନେଇ ଆସିଥାଏ ।
ଏବେ ଆମେ କେବଳ ଇଂଲଣ୍ଡ ବିପକ୍ଷ ଦିନିକିଆ ସିରିଜରେ ଭଲ ପ୍ରଦର୍ଶନ ପାଇଁ ଉଦ୍ୟମ କରିବୁ । ଚାମ୍ପିୟନ୍ସ ଟ୍ରଫି ପରେ ଅବସର ନେବା ସମ୍ପର୍କରେ ସେ କହିଥିଲେ, ମୁଁ ଏବେ ସେଥିପାଇଁ ବସି ନାହିଁ । ସମୟ ଆସିଲେ ଆପଣମାନେ ଜାଣିପାରିବେ । ପୂର୍ବରୁ ପ୍ରକାଶିତ ରିପୋର୍ଟ ଅନୁସାରେ ଚାମ୍ପିୟନ୍ସ ଟ୍ରଫି ପରେ ବିସିସିଆଇ ରୋହିତଙ୍କୁ ଭବିଷ୍ୟତ ଯୋଜନା ସମ୍ପର୍କରେ ନିଷ୍ପତି ନେବାକୁ କହିସାରିଛି ।
Comments are closed.