Latest Odisha News

BREAKING NEWS

କାର୍ଯ୍ୟାନୁଷ୍ଠାନ ଡର, ବର୍ଡରରେ ରାତି ସାରା ଉଜାଗର ରହିଲ ଆନ୍ଦୋଳନରତ କୃଷକ

ନୂଆଦିଲ୍ଲୀ: ନୂଆ କୃଷି ଆଇନ୍ ବିରୋଧରେ ଜାରି ରହିଥିବା କୃଷକଙ୍କ ଆନ୍ଦୋଳନକୁ ନେଇ ବିଳମ୍ବିତ ରାତିରେ ଗାଜିପୁର ବର୍ଡରରେ ଉତ୍ତେଜନା ମୂଳକ ସ୍ଥିତି ସୃଷ୍ଟି ହୋଇଛି । ପୋଲିସ ଅଧ ରାତିରେ ବିଦ୍ୟୁତ୍ କାଟି ଦେଇଥିବା ଅଭିଯୋଗ କରିଛନ୍ତି ଭାରତୀୟ କିଷାନ ୟୁନିୟନର ମୁଖପାତ୍ର ରାକେଶ ଟିକାୟତ । ଆନ୍ଦୋଳନକୁ ପୋଲିସ ଓ ସରକାର ଅସ୍ଥିର କରୁଥିବା ସେ ଅଭିଯୋଗ କରିଛନ୍ତି ।

ରାକେଶ ଟିକାୟତ କହିଛନ୍ତି- ପ୍ରଶାସନ ସ୍ଥିତିକୁ ବିଗାଡ଼ି ଦେଇଛି । ରାତିରେ ବିଦ୍ୟୁତ୍ କାଟି ଡର ସୃଷ୍ଟି କରାଯାଉଛି । ଏଥିପାଇଁ ଆମେ ସାରା ରାତି ଉଜାଗର ରହିଲୁ । ଆମ ଆନ୍ଦୋଳନ ଶେଷ ହେଉଯାଉ ବୋଲି ପ୍ରଶାସନ ଚାହୁଁଛି । ଦିଲ୍ଲୀ ପୋଲିସର ଏଫଆଇଆର ନେଇ ଟିକାୟତ କହିଛନ୍ତି- ଯେତେବେଳେ ଆନ୍ଦୋଳନ କରୁଛୁ, ମାମଲା ହେବ ।

ତଦନ୍ତରେ ସହଯୋଗ କରିବାକୁ ଦିଲ୍ଲୀ ପୋଲିସ ଡାକିଲେ ନିଶ୍ଚୟ ଯିବି ବୋଲି ଟିକାୟତ କହିଛନ୍ତି । କିଛି ସଂଗଠନ ଆନ୍ଦୋଳନରୁ ଓହରିଥିବା ପ୍ରଶ୍ନରେ ଟିକାୟତ କହିଛନ୍ତି- ବିଦ୍ୟୁତ୍ କାଟିବାରୁ କିଛି ଲୋକ ପଳାଇଲେ । ଆମ ଆନ୍ଦୋଳନ ଜାରି ରହିବ ବୋଲି ଜୋର୍ ଦେଇଛନ୍ତି ଟିକାୟତ । ଲାଲକିଲ୍ଲାରେ ଯାହା ବି ହୋଇଛି, ଯିଏ ବି କରିଛି । ତା’ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଟିକାୟତ ଦାବି କରିଛନ୍ତି ।

ସେଦିନ ଯାହା କିଛି ବି ହୋଇଛି ଆମେ ସେମାନଙ୍କ ସହ ନାହୁଁ । ନିର୍ଦ୍ଧାରିତ ରୁଟରେ ଟ୍ରାକ୍ଟର ରାଲି ପାଇଁ ପୋଲିସ ଯିବାକୁ ଦେଇନଥିବା ଟିକାୟତ ପାଲଟା ଅଭିଯୋଗ କରିଛନ୍ତି । ଯେତେବେଳେ କି ସାଧାରଣତନ୍ତ୍ର ଦିବସରେ ଆନ୍ଦୋଳନକାରୀ ନିର୍ଦ୍ଧାରିତ ରୁଟ୍ ଛାଡ଼ି ବଳପୂର୍ବକ କେନ୍ଦ୍ରୀୟ ଦିଲ୍ଲୀକୁ ପ୍ରବେଶ କରିଥିଲେ । ଏହାକୁ ନେଇ କୃଷକ ସଂଗଠନରେ ଫାଟ ସୃଷ୍ଟି ହୋଇଛି । ବୁଧବାର ୨ଟି ସଂଗଠନ ଆନ୍ଦୋଳନରୁ ଓହରିଥିବା ଘୋଷଣା କରିଛନ୍ତି ।

Comments are closed.