Latest Odisha News

BREAKING NEWS

‘ଇ-ଗାଡି’ ପାଇଁ ଦିଲ୍ଲୀ ସରକାରଙ୍କ ବଡ଼ ପଦକ୍ଷେପ; କ୍ରୟ ଉପରେ ମିଳିବ ୩୦ ହଜାର ପର୍ଯ୍ୟନ୍ତ ରିହାତି

ଭୁବନେଶ୍ୱର: ବିଦ୍ୟୁତ ଚାଳିତ ବାହାନ କିଣୁଥିବା ଗ୍ରାହକଙ୍କ ପାଇଁ ଖୁସି ଖବର । ଏଥର ବିଦ୍ୟୁତ ଚାଳିତ ଗାଡି କିଣିଲା ବେଳେ ସରକାର ଦେବେ ରିହାତି । ଅବଶ୍ୟ ଏହା ଦିଲ୍ଲୀବାସୀଙ୍କ ପାଇଁ । ଦିଲ୍ଲୀ ସରକାର ଙ୍କ କ୍ୟାବିନେଟ ଇଲେକ୍ଟ୍ରିକ ଭେଇକିଲ ପଲିସି ପାସ କରିଦେଇଛି । ଏହି ପଲିସ ଲାଗୁ ହେଲାପରେ ଯଦି କେହି ନୂଆ ବିଦ୍ୟୁତ ଚାଳିତ ଗାଡି କିଣିଲା ତାହାଲେ ଗାଡିର ବ୍ୟାଟେରୀ କ୍ଷମତା ଅନୁସାରେ ପ୍ରତି କିଲୋୱାଟ ପିଛା ୫୦୦୦ ଟଙ୍କା ରିହାତି ଦିଆଯିବ ।

ଅର୍ଥାତ ଗାଡି ବ୍ୟାଟେରୀ ଯଦି ୧ କିଲୋୱାଟ ତାହେଲେ ୫୦୦୦ ଟଙ୍କା ରିହାତି, ଗାଡି ବ୍ୟାଟେରୀ ଯଦି ୨ କିଲୋୱାଟ ତାହେଲେ ୧୦,୦୦୦ ଟଙ୍କା ରିହାତି ସରକାରଙ୍କ ତରଫରୁ ମିଳିବ । ଆହୁରି ପୁଣି ପୁରୁଣା ଦୁଇ ଚକିଆ ଗାଡି ବଦଳାଇ ନୂଆ ବିଦ୍ୟୁତ ଚାଳିତ ଗାଡି କିଣିଲେ ତା ଉପରେ ମଧ୍ୟ ୫୦୦୦ ଟଙ୍କା ରିହାତି ଦିଆଯିବ । ଇ-ଅଟୋ, ଇ-ରିକ୍ସା ଓ ଇ-କ୍ୟାରିଅର କିଣିଲେ ୩୦,୦୦୦ ତାଙ୍କ ପର୍ଯ୍ୟନ୍ତ ରିହାତି ସରକାର ଦେବେ । ସେହି ପରି ଚାରିଚାକିଆ ବିଦ୍ୟୁତ ଗାଡି କିଣିଲେ ୧୦,୦୦୦ ଟଙ୍କା ପ୍ରତି କିଲୋୱାଟ ହିସାବରେ ରିହାତି ମିଳିବ । କିନ୍ତୁ ଏହା ପ୍ରଥମ ୧୦୦୦ ଟି କାର ଉପରେ ଏହା ଲାଗୁହେବ ।

ଦିଲ୍ଲୀ ସରକାର ଦେଶର ରାଜଧାନୀ ଦିଲ୍ଲୀ କୁ ପ୍ରଦୂଷଣ ମୁକ୍ତ କରିବା ପାଇଁ ବିଭିନ୍ନ ପଦକ୍ଷେପ ସବୁ ନେଉଛନ୍ତି । ଇଲେକ୍ଟ୍ରିକ ଭେଇକିଲ ପଲିସି ୨୦୧୯ ରୁ ୨୦୨୪ ପର୍ଯ୍ୟନ୍ତ ଦିଲ୍ଲୀରେ ପଞ୍ଜିକୃତ ଗାଡି ମଧ୍ୟରୁ ୨୫ ପ୍ରତିଶତ ଗାଡି ଇଲେକ୍ଟ୍ରିକ ଗାଡି ହେବ । ସରକାରଙ୍କ ଯୋଜନା ମୁତାବକ ପ୍ରତି ତିନି କିଲୋମିଟର ରେ ଚାରଜିଙ୍ଗ ପଏଣ୍ଟ ସୁବିଧା ଦିଆଯିବ ।

ଏହା ଛାଡ଼ ଆଗାମୀ ଦିନରେ ସରକାରଙ୍କ ତରଫରୁ କିଣାଯିବାକୁ ଥିବା ବସ ମଧ୍ୟରୁ ୫୦ ପ୍ରତିଶତ ଇ- ବସ କିଣିବାକୁ ଲକ୍ଷ ରଖାଯାଇଛି ।ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜେରୀୱାଲ କହିଛନ୍ତି ଯେ ଦିଲ୍ଲୀକୁ ଇଲେକ୍ଟ୍ରିକ ଗାଡି ରାଜଧାନୀ କରାଯିବ । ସୋମବାର ଦିନ ସଚିବାଳୟରେ ଏକ ପ୍ରେସ କଂଫରେନ୍ସରେ ସାମ୍ବାଦିକ ମାନଙ୍କୁ ଏ ସମ୍ପର୍କରେ ସୂଚନା ଦେଇଥିଲେ ।

ଇ-ଅଟୋ ପାଇଁ ପରିମିଟର ସୀମା ନାହିଁ 

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଏ ସମ୍ପର୍କରେ କହିଲେ ଯେ ଇ-ଅଟୋ ପାଇଁ ଏବେ ପରିମିଟ ର କୌଣସି ସୀମା ନାହିଁ । ଅଟୋ ପରିମିଟ ପାଇଁ ପୂର୍ବରୁ ଥିବା ନିୟମ ବଦଳାଯାଇଛି । ବର୍ତ୍ତମାନ କରାଯାଇଥିବା ନିୟମ ଅନୁସାରେ ଏହି ପରିମିଟ ଦେବା ପାଇଁ ନିଧିଷ୍ଠ ସଂଖ୍ୟା ଧାର୍ଯ୍ୟ କରାଯାଇଛି ହେଲେ ଇ-ଅଟୋ କ୍ଷେତ୍ରରେ ଏହା ଲାଗୁ କରାଯିବ ନାହିଁ । ଏଥିପାଇଁ ୩୦୦୦୦ ଟଙ୍କା ପର୍ଯ୍ୟନ୍ତ ରିହାତି ଓ ଶସ୍ତା ଦରରେ ଋଣ ସୁବିଧା ମିଳିବ । ଦିଲ୍ଲୀ ଫାଇନନ୍ସିଆଲ କର୍ପୋରେସନ ରୁ ଇ-ଅଟୋ ପାଇଁ ୫ ପ୍ରତିଶତ କମ ଦରରେ ଋଣ ଦିଆଯିବ ।

ପଞ୍ଜିକରଣ, ରାସ୍ତା ଶୁଳ୍କ ୧୦୦% ଛାଡ଼:

ପଲିସିରେ ଗୋଟେ ବଡ଼ ସୁବିଧା ରଖାଯାଇଛି ଯେ ଇ-ଅଟୋ, ଇଲେକ୍ଟ୍ରିକ ମାଲବାହୀ ଗାଡି ସମେତ ସବୁ ଶ୍ରେଣୀ ର ଇଲେକ୍ଟ୍ରିକ ଗାଡି କିଣିବା ଉପରେ ପଞ୍ଜିକରଣ, ରାସ୍ତା ଶୁଳ୍କ ୧୦୦% ଛାଡ଼ ।

Leave A Reply

Your email address will not be published.