Latest Odisha News

BREAKING NEWS

ବେଙ୍ଗାଲୁରୁର ଆପାର୍ଟମେଣ୍ଟରେ ଓଡ଼ିଆ ମହିଳାଙ୍କ ଆତ୍ମହତ୍ୟା ଅଭିଯୋଗ

ଭୁବନେଶ୍ୱର: ବେଙ୍ଗାଲୁରୁର ଏକ ଆପାର୍ଟମେଣ୍ଟରେ ଜଣେ ଓଡ଼ିଆ ମହିଳା ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି ।

ପ୍ରାପ୍ତ ସୂଚନା ଅନୁଯାୟୀ, ମୃତ ମହିଳାଙ୍କ ନାମ ବର୍ଷା ପ୍ରିୟଦର୍ଶନୀ । ତାଙ୍କ ଘର ପୁରୀ ଜିଲ୍ଲା କୋଣାର୍କ ଥାନା ଅନ୍ତର୍ଗତ ଆମ୍ବାଳି ଗ୍ରାମରେ ବୋଲି ଜଣାପଡିଛି ।

ବେଙ୍ଗାଲୁରୁର ବିଓକୋନ ଲିମିଟେଡ଼ ନାମକ ଏକ ଔଷଧ କମ୍ପାନୀରେ କାମ କରୁଥିବା ବେଳେ ତାଙ୍କ ସ୍ୱାମୀ ରତିକାନ୍ତ ରଥ ମଧ୍ୟ ସେଠାରେ କୌଣସି ଏକ କମ୍ପାନୀରେ କାମ କରୁଥିଲେ । ତେବେ ନିଜ ୩ ବର୍ଷର ପୁଅ ଓ ସ୍ୱାମୀଙ୍କ ସହ ବର୍ଷା ବେଙ୍ଗାଲୁରୁର ଭକିଲ ମଙ୍ଗୋଲିଆ ଆପାର୍ଟମେଣ୍ଟରେ ରହୁଥିଲେ ।

ବର୍ଷାଙ୍କ ପରିବାର ଲୋକଙ୍କ ଅଭିଯୋଗ ଅନୁଯାୟୀ, ଶାଶୁଘର ଲୋକ ତାଙ୍କୁ ମାନସିକ ନିର୍ଯ୍ୟାତନା ଦେଉଥିବା ଯୋଗୁଁ ସେ ଡିସେମ୍ବର ୨୧ ତାରିଖରେ ଆତ୍ମହତ୍ୟା କରିଛନ୍ତି ।

ତେବେ ପୋଲିସ ଏଘଟଣାର ତଦନ୍ତ ଆରମ୍ଭ କରିଥିବା ସୂଚନା ମିଳିଛି ।

Leave A Reply

Your email address will not be published.