ଦିଲ୍ଲୀ : ଦେଶରେ କରୋନା ଓ ଓମିକ୍ରନ ସଂକ୍ରମଣ ବଢୁଥିବାରୁ ଦିଲ୍ଲୀରେ ଲାଗୁ ହେଲା ସପ୍ତାହନ୍ତ କର୍ଫ୍ୟୁ । ଦିଲ୍ଲୀ ସରକାର ସପ୍ତାହନ୍ତ କର୍ଫ୍ୟୁ ଲଗାଇବା ପାଇଁ ନିଷ୍ପତି ନେଇଛନ୍ତି । ଦିଲ୍ଲୀ ଡିଜାଷ୍ଟର ମ୍ୟାନେଜମେଣ୍ଟ ଅଥରେଟି ଏହି ନିଷ୍ପତି ନେଇଛି । ଦିଲ୍ଲୀରେ କରୋନା ସଂକ୍ରମଣ ହାର ହୁ ହୁ ହୋଇ ବଢିଚାଲିଛି ।
ସପ୍ତାହନ୍ତ କର୍ଫ୍ୟୁ ସହ ନାଇଟ କର୍ଫ୍ୟୁ ମଧ୍ୟ ଜାରି ରହିବ ବୋଲି ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ କହିଛନ୍ତି । କହିବାକୁ ଗଲେ ଦିଲ୍ଲୀରେ ସମସ୍ତ ସରକାରୀ କର୍ମଚାରୀଙ୍କୁ ଘରେ ରହି କାମ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ସେପଟେ ପ୍ରାଇଭେଟ ଅଫସଗୁଡିକରେ ୫୦ ପ୍ରତିଶତ କର୍ମଚାରୀଙ୍କୁ ନେଇ କାମ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।
ବିନା ମାସ୍କରେ କେହି ବି ଘରୁ ବାହାରିପାରିବେ ନାହିଁ । ସମସ୍ତଙ୍କୁ ମାସ୍କ ବାଧ୍ୟତାମୂଳକ କରାଯାଇଛିା ଦିଲ୍ଲୀରେ ଆଜି ଅନୁଷ୍ଠିତ ଏହି ବୈଠକରେ ମୁଖ୍ୟମନ୍ତ୍ରୀ କେଜ୍ରିୱାଲ ଯୋଗଦେବାର ଥିଲା । ହେଲେ ଏହି ବୈଠକ ପୂର୍ବରୁ ସେ କୋଭିଡ ପଜିଟିଭ ହୋଇଛନ୍ତି ।
Comments are closed.