Latest Odisha News

BREAKING NEWS

ଗୁଣୁପୁର ପ୍ରେସ କ୍ଲବର ପ୍ରଥମ ବୈଠକ ଓ ବନ୍ଧୁ ମିଳନ କାର୍ଯ୍ୟକ୍ରମ

ଗୁଣୁପୁର: ଗୁଣୁପୁର ପୂର୍ତ୍ତ ବିଭାଗ ଡ଼ାକ ବଙ୍ଗଳାରେ ପ୍ରେସ କ୍ଲବର ପ୍ରଥମ କାର୍ଯ୍ୟକାରିଣୀ ବୈଠକ ଏବଂ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଗୁଣୁପୁର ପ୍ରେସ କ୍ଲବର ସଭାପତି ପ୍ରମୋଦ କୁମାର ସାହୁ ସଭାପତିତ୍ୱ କରିଥିଲେ । ବୈଠକରେ ଆଗାମୀ ଦିନରେ ପ୍ରେସ କ୍ଲବ ତରଫରୁ କଣ କାମ କରାଯିବ ଏବଂ କରୋନା ମହାମାରୀ ସମୟରେ ଲୋକଙ୍କୁ ସଚେତନତା ବାର୍ତ୍ତା ଦିଆଯିବ ବୋଲି ଆଲୋଚନା ହୋଇଛି ।

ପ୍ରେସ କ୍ଲବର ପଞ୍ଜିକରଣ ଏବଂ ସମସ୍ତ ସଭ୍ୟଙ୍କୁ ପରିଚୟ ପତ୍ର ପ୍ରଦାନ କରିବାକୁ ସ୍ଥିର କରାଯାଇଥିଲା । ପ୍ରେସ କ୍ଲବର ବରିଷ୍ଠ ସଭ୍ୟ ତ୍ରିନାଥ ଖାଡ଼ଙ୍ଗା ଯୋଗଦେଇ ସଭ୍ୟମାନେ କ୍ଲବର ଲକ୍ଷ୍ୟ ଏବଂ ଚିନ୍ତାଧାରା ଉପରେ ଅନୁପ୍ରାଣିତ ହେବାକୁ ପରାମର୍ଶ ଦେଇଥିଲେ । ବରିଷ୍ଠ ଉପଦେଷ୍ଟା ସଭ୍ୟ ଲୋକନାଥ ପାଣିଗ୍ରାହୀ, ଡ଼କ୍ଟର ଚନ୍ଦ୍ରଧ୍ୱଜ ପଣ୍ଡା, ଜୟଶ୍ରୀ ମହାପାତ୍ର ନବବର୍ଷର ଶୁଭେଚ୍ଛା ଜଣାଇଥିଲେ ।

କ୍ଲବର ଉପସଭାପତି ରବୀନ୍ଦ୍ର ମୋହିନୀ, ସମ୍ପାଦକ ରାଜେଶ ପଣ୍ଡା, ଆବାହକ ଅନିଲ ସାହୁକାର, କୋଷାଧ୍ୟକ୍ଷ ବ୍ରଜ ପାଢ଼ୀ, ସନ୍ତୋଷ ଗୁରୁ, ଦେବୀ ମିଶ୍ର, ଜଗନ୍ନାଥ ମହାନ୍ତି, ସତ୍ୟ କର ପ୍ରମୁଖ ଯୋଗଦେଇଥିଲେ । ବୈଠକରେ ଗୁଣୁପୁର ପ୍ରେସ କ୍ଲବର ପଞ୍ଜିକରଣ ଦାୟିତ୍ୱ ପ୍ରମୋଦ କୁମାର ସାହୁ, ସନ୍ତୋଷ ଗୁରୁ ଏବଂ ରାଜେଶ ପଣ୍ଡାଙ୍କୁ ଦିଆଯାଇଥିଲା । ଶେଷରେ ରାଜେଶ ପଣ୍ଡା ଧନ୍ୟବାଦ ଦେଇଥିଲେ ।

Leave A Reply

Your email address will not be published.