Latest Odisha News

BREAKING NEWS

ବ୍ୟବସାୟୀଙ୍କ ପାଇଁ ପ୍ରସ୍ତୁତ ହେବ ‘ଦିଲ୍ଲୀ ବଜାର’ ୱେବ ପୋର୍ଟାଲ

ଦିଲ୍ଲୀ: ଦୀପାବଳି ଅବସରରେ ଦିଲ୍ଲୀ ସରକାର ବ୍ୟବସାୟୀଙ୍କୁ ଖୁସିଖବର ଦେଇଛନ୍ତି। ବୁଧବାର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କହିଲେ, ମୁଁ ଆଜି ଦିଲ୍ଲୀର ଲୋକଙ୍କ ପାଇଁ ଭଲ ଖବର ଆଣିଛି। ସରକାର ଦିଲ୍ଲୀ ବଜାର ପୋର୍ଟାଲ ଆରମ୍ଭ କରିବାକୁ ଯାଉଛନ୍ତି। ପୋର୍ଟାଲରେ ଦିଲ୍ଲୀର ସବୁ ବଜାର ରହିବ। ବ୍ୟବସାୟୀ ତଥା ଶିଳ୍ପପତିଙ୍କ ପାଇଁ ସେମାନଙ୍କ ଉତ୍ପାଦ ପ୍ରଦର୍ଶନ ତଥା କେବଳ ଘରୋଇ ନୁହେଁ, ବିଦେଶରେ ମଧ୍ୟ ବିକ୍ରୟ କରିବାରେ ସାହାଯ୍ୟ କରିବ।

ଏହି ପୋର୍ଟାଲ ଦିଲ୍ଲୀର ରାଜସ୍ୱ, ମୋଟ ଘରୋଇ ଉତ୍ପାଦ ଏବଂ ଅର୍ଥନୀତିକୁ ବୃଦ୍ଧି କରିବ ବୋଲି ଆଶା ବ୍ୟକ୍ତ କରାଯାଇଛି। ଆସନ୍ତା ବର୍ଷ ଅଗଷ୍ଟ ସୁଦ୍ଧା ଏହା ପ୍ରସ୍ତୁତ ହେବ। ସେ କହିଛନ୍ତି, ବ୍ୟବସାୟୀ, ଉତ୍ପାଦକ, ବଜାର ଏବଂ ଦୋକାନଗୁଡ଼ିକ ଏହି ପୋର୍ଟାଲରେ ସେମାନଙ୍କର ଉତ୍ପାଦ ପ୍ରଦର୍ଶନ କରିବାକୁ ସକ୍ଷମ ହେବେ। ଏହାସହ ସହର, ଦେଶ ତଥା ବିଦେଶରେ ବିକ୍ରି କରିପାରିବେ। ଏଥିରେ ଭର୍ଚୁଆଲ ପ୍ରଦର୍ଶନୀ ମଧ୍ୟ ଆୟୋଜିତ ହେବ।

ପର୍ବପର୍ବାଣୀରେ ବଜାରରେ ଭିଡ଼ ଜମିଥିବା ଏବଂ କୋଭିଡ଼ ଆଦର୍ଶ ପାଳନ କରିବାରେ ଲୋକମାନେ ଅସାବଧାନତା ଅବଲମ୍ବନ କରୁଥିବା ଲକ୍ଷ୍ୟ କରି ସେ ସତର୍କତା ଅବଲମ୍ବନ କରିବାକୁ ଏବଂ ମାସ୍କ ପିନ୍ଧିବାକୁ କହିଥିଲେ।

Leave A Reply

Your email address will not be published.