Latest Odisha News

ପୁରୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଅଘଟଣ: ଲିଫ୍ଟରେ ଫସିଲେ ୮ ଆଇନଜୀବୀ

ପୁରୀ: ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଲାଗିଥିବା ଲିଫ୍ଟରେ ଫସିଲେ ୮ ଜଣ ଆଇନଜୀବୀ । ଏନେଇ ଜଣାପଡ଼ିବାର ୨୦ ମିନିଟ ପରେ ସେମାନଙ୍କୁ ଲିପ୍ଟରୁ ବାହାର କରାଯାଇଥିବା ଜଣାପଡ଼ିଛି । ଲିପ୍ଟ ଅଚଳ ହେବା ଯୋଗୁଁ ଏହି ଅଘଟଣ ଘଟିଥିବା ସାମ୍ନାକୁ ଆସିଛି।

ଲିପ୍ଟରେ ୮ ଜଣ ଆଇନଜୀବୀ ଫସିଥିବା ବେଳେ ସେମାନଙ୍କୁ ଉଦ୍ଧାର କରିବା ପାଇଁ କେହି ନଥିଲେ । ଟେକ୍ନିକାଲ ଇଂଜିନିୟର ଚାବି ନିଜ ପାଖରେ ରଖିଥିଲେ ମଧ୍ୟ ଖୋଲିବା ପାଇଁ ଉଦ୍ୟମ କରିନଥିଲେ । ପରେ ସୂଚନା ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଲିପ୍ଟରୁ ଆଇନଜୀବୀଙ୍କୁ ଉଦ୍ଧାର କରିଥିଲେ ।

ଆଇନଜୀବୀମାନେ ଶ୍ରୀମନ୍ଦିରର କେବଳ ପଶ୍ଚିମ ଦ୍ୱାର ନୁହଁ ପୁରୀବାସୀଙ୍କ ପାଇଁ ଚାରିଦ୍ୱାର ଖୋଲିବା ଦାବି ନେଇ ଜିଲ୍ଲାପାଳଙ୍କ ସ୍ମାରକପତ୍ର ଦେବାକୁ ଆସିଥିଲେ । ଫେରିବା ସମୟରେ ଏଭଳି ଅଘଟଣ ଘଟିଥିଲା । ତେବେ ସମସ୍ତଙ୍କୁ ସୁରକ୍ଷିତ ବାହାରକୁ ଅଣାଯାଇଥିବା ଜଣାପଡ଼ିଛି ।

ଖୋଦ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଏଭଳି ଘଟଣାକୁ ନେଇ ଓକିଲ ମାନେ ପ୍ରଶାସନିକ ଅବହେଳା ଓ ନିମ୍ନମାନର ଲିଫ୍ଟ ଯୋଗୁ ଏଭଳି ଘଟଣା ଘଟିଥିବା ଆଇନଜୀବି ମାନେ କହିଥିବା ବେଳେ ଏଭଳି ଘଟଣାର କିଭଳି ପୁନରାବୃତ୍ତି ନ ହେବ ସେଥିପାଇଁ ଏହା ଉପରେ ଧ୍ୟାନ ଦିଆଯିବ ବୋଲି କହିଛନ୍ତି ଉପଜିଲ୍ଲାପାଳ।

Leave A Reply

Your email address will not be published.