Latest Odisha News

BREAKING NEWS

ଆଜି ପୁଣି ଚଳଚ୍ଚିତ୍ର ନିର୍ମାତା ଇମତିଆଜ ଖତ୍ରିଙ୍କୁ ଜେରା କରିବ ଏନ୍‌ସିବି

ମୁମ୍ବାଇ: ମୁମ୍ବାଇ କ୍ରୁଜ୍‌ ଡ୍ରଗ୍ସ ମାମଲାରେ ବଲିଉଡ ଚଳଚ୍ଚିତ୍ର ନିର୍ମାତା ତଥା ମୁମ୍ବାଇ ବିଲଡର ଇମତିଆଜ ଖତ୍ରି ମୁମ୍ବାଇ କ୍ରୁଜ ଡ୍ରଗ୍ସ ମାମଲାର ଦ୍ୱିତୀୟ ପର୍ଯ୍ୟାୟ ଜେରା ପାଇଁ ମଙ୍ଗଳବାର ଏନସିବି କାର୍ଯ୍ୟାଳୟରେ ହାଜର ହେବେ ବୋଲି ଆଶା କରାଯାଉଛି।

ସୋମବାର ତାଙ୍କୁ ୭ ଘଣ୍ଟା ଧରି ପଚରାଉଚରା କରାଯାଇଥିଲା। ପଚରାଉଚରା ବେଳେ ସେ କହିଥିଲେ ଯେ ଆର୍ୟନଙ୍କ ଡ୍ରଗ୍ସ ସେବନ ବିଷୟରେ ସେ କିଛି ଜାଣି ନାହାନ୍ତି। ସୂତ୍ରରୁ ପ୍ରକାଶ ଯେ ମଙ୍ଗଳବାର ଦିନ ଇମତିଆଜ ଖତ୍ରିଙ୍କୁ ଏନସିବିର ପଚରାଉଚରା କରିପାରେ।

ତେବେ ଏହି ମାମଲାରେ ଆର୍ୟନଙ୍କ ଜାମିନ ଆବେଦନକୁ ବୁଧବାର ପର୍ଯ୍ୟନ୍ତ କୋର୍ଟ ସ୍ଥଗିତ ରଖିଥିବା ଜଣାପଡ଼ିଛି। ଆର୍ୟନ ଏବେ ଜେଲ୍‌ରେ ଅଛନ୍ତି।

Leave A Reply

Your email address will not be published.