Latest Odisha News

BREAKING NEWS

ମନି ଲଣ୍ଡରିଂ ମାମଲାରେ ସତୈନ୍ଦ୍ର ଜୈନ୍‌ଙ୍କ ଜାମିନ ଆବେଦନ ଖାରଜ କଲେ ଦିଲ୍ଲୀ ହାଇକୋର୍ଟ

ନୂଆଦିଲ୍ଲୀ: ଆର୍ଥିକ ହେର୍‌ଫେର୍ ମାମଲାରେ ଗିରଫ ହୋଇ ତିହାର ଜେଲ୍‌ରେ ଥିବା ଆପ୍‌ ନେତା ସତୈନ୍ଦ୍ର ଜୈନ୍‌ଙ୍କ ଜାମିନ୍ ଆବେଦନ ପୁଣି ଖାରଜ୍ କଲେ ଦିଲ୍ଲୀ ହାଇକୋର୍ଟ। ଗୁରୁବାର କୋର୍ଟ ତାଙ୍କ ଜାମିନ ଆବେଦନ ଖାରଜ୍ କରିଦେଇଛନ୍ତି। ମନି ଲଣ୍ଡରିଂ ମାମଲାରେ ୨୦୨୨ ମେ ମାସରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ତାଙ୍କୁ ଗିରଫ କରିଥିଲା।

ଜାମିନ ଆବେଦନ ଖାରଜ୍ କରି କୋର୍ଟ କହିଛନ୍ତି ଯେ ସତୈନ୍ଦ୍ର ଜୈନ୍‌ ଜଣେ ଶକ୍ତିଶାଳୀ ବ୍ୟକ୍ତି। ଜାମିନ ମିଳିଲେ ସେ ପ୍ରମାଣ ନଷ୍ଟ କରିବାକୁ ଚେଷ୍ଟା କରିପାରନ୍ତି। ତେଣୁ ସତୈନ୍ଦ୍ରଙ୍କ ସହ ଏଥିରେ ସମ୍ପୃକ୍ତ ଥିବା ଅନ୍ୟ ଦୁଇ ଜଣଙ୍କର ଜାମିନ ବି ଖାରଜ କରିଦେଇଛନ୍ତି କୋର୍ଟ।

ସୂଚନା ଥାଉକି ୨୦୧୭ ଅଗଷ୍ଟ ୨୪ ତାରିଖରେ ସିବିଆଇ ସତୈନ୍ଦ୍ର ଜୈନ୍ ଓ ଅନ୍ୟମାନଙ୍କ ବିରୋଧରେ ମନି ଲଣ୍ଡରିଂ ଘଟଣାରେ ମାମଲା ରୁଜୁ କରିଥିଲା। ଆଇପିସିର ଦୁର୍ନୀତି ଆକ୍ଟର ଧାରା ୧୦୯ରେ ମାମଲା ରୁଜୁ ହୋଇଥିଲା। ୧.୬୮ କୋଟି ଟଙ୍କାର ବେଆଇନ ସମ୍ପତ୍ତି ଘଟଣାରେ ମାମଲା କରିଥିଲା ସିବିଆଇ।

ଗତବର୍ଷ ମେ ୨୨ ତାରିଖରେ ଗିରଫ ହେବା ପରେ ଶ୍ରୀ ଜୈନ୍ ମାର୍ଚ୍ଚ ୧ ତାରିଖରେ ଦିଲ୍ଲୀ ସରକାର କ୍ୟାବିନେଟ୍‌ରୁ ଇସ୍ତଫା ଦେଇଥିଲେ। ସେ ଆପ୍‌ ସରକାରରେ ସ୍ୱାସ୍ଥ୍ୟ ମନ୍ତ୍ରୀ ଦାୟିତ୍ୱ ତୁଲାଉଥିଲେ।

 

Comments are closed.