ନୂଆଦିଲ୍ଲୀ: ନିର୍ଭୟାକୁ ନ୍ୟାୟ ମିଳିବାରେ ଗଡୁଛି ତାରିଖ ପରେ ତାରିଖ । ଦୋଷୀଙ୍କ ଘୁଂଚି ଘୁଂଚି ଯାଉଛି ଫାଶୀ । ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ୪ ଦୋଷୀଙ୍କ ଫାଶୀ ଦଣ୍ଡାଦେଶ ଉପରେ ସ୍ଥଗିତାଦେଶକୁ ଚ୍ୟାଲେଂଜ କରି କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ଦିଲ୍ଲୀ ହାଇକୋର୍ଟରେ ରୁଜୁ ହୋଇଥିବା ମାମଲାର ରାୟକୁ ସଂରକ୍ଷିତ ରଖିଛନ୍ତି କୋର୍ଟ ।
ଆଜି ଏହି ମାମଲାରେ ଦିଲ୍ଲୀ ହାଇକୋର୍ଟରେ ଶୁଣାଣି ହୋଇଥିଲା । ଏହି ଆବେଦନରେ କେନ୍ଦ୍ର ସରକାର ଦର୍ଶାଇଥିଲେ ଯେ, ଦୋଷୀମାନେ ଫାଶୀ ସମୟକୁ ଗଡାଇବା ପାଇଁ ଆଇନର ଗଳା ବାଟ ଦେଇ ପ୍ରାୟସ ଚଳାଇଛନ୍ତି । ସରକାରଙ୍କ ପକ୍ଷରୁ ସଲିସିଟର ଜେନେରାଲ ତୁଷାର ମେହେତା କହିଛନ୍ତି, ଦୋଷୀମାନେ ଆଇନ୍ ଅନୁସାରେ ମିଳିଥିବା ସଜାର କାର୍ଯ୍ୟକାରିତାକୁ ବିଳମ୍ବିତ କରିବା ପାଇଁ ଷଡଯନ୍ତ୍ର କରିଥିବା ସେ ଅଭିଯୋଗ କରିଛନ୍ତି ।
ସେପଟେ ଆଡଭୋକେଟ ଏପି ସିଂ ଦୋଷୀ ଅକ୍ଷୟ ସିଂହ, ବିନୟ ଶର୍ମା ଓ ପବନ ପକ୍ଷରୁ ଦଲିଲ ରଖିଥିଲେ । ଅନ୍ୟପଟେ ମୁକେଶ ପକ୍ଷରୁ ଓକିଲ ରେବେକା ଜନ୍ କହିଛନ୍ତି, ସମ୍ପ୍ରତି ମାମଲାରେ ନିମ୍ନ ଅଦାଲତରୁ ଜାରି ନିର୍ଦ୍ଦେଶକୁ ହାଇକୋର୍ଟରେ ଚ୍ୟାଲେଂଚ କରାଯାଇପାରିବ ନାହିଁ । ଏଥିପାଇଁ ଦୋଷୀଙ୍କୁ ସୁପ୍ରିମକୋର୍ଟ ଯିବାକୁ ପଡିବ, ଏହି ନିୟମ କେନ୍ଦ୍ର ଉପରେ ମଧ୍ୟ ଲାଗୁ ହେବା ଉଚିତ । ତେବେ ଉଭୟ ପକ୍ଷରୁ ଦଲିଲକୁ ଶୁଣିବା ପରେ ଦିଲ୍ଲୀ ହାଇକୋର୍ଟ ଏହି ମାମଲାର ରାୟକୁ ଆଜି ସଂରକ୍ଷିତ ରଖିଛନ୍ତି ।
BREAKING NEWS
- ବାଂଲାଦେଶ ପରେ ବିଶ୍ୱକପରୁ ଓହରିଯିବ କି ପାକିସ୍ତାନ
- ଆଇସିସି ଟି୨୦ ବିଶ୍ୱକପ: ବାଂଲାଦେଶ ଆଉଟ, ସ୍କଟଲାଣ୍ଡ ଇନ
- ବିଜେପି ସମର୍ଥିତ ସରପଞ୍ଚ ସମିତି ସଭ୍ୟଙ୍କୁ ମନମୋହନ ଦେଲେ ଟାସ୍କ, ୬ ମାସ ଭିତରେ ଅଧୁରା କାମ ସାର…
- Keonjhar bank robbery case: କେନ୍ଦୁଝର ବ୍ୟାଙ୍କ ଲୁଟ୍ ଘଟଣାରେ ଦୁଇ ଅଭିଯୁକ୍ତ ଝାଡ଼ଖଣ୍ଡରୁ ଗିରଫ
- Mahanadi Tribunal: ଫେବୃଆରୀ ୭କୁ ଓଡ଼ିଶା ଶୁଣାଣି ଘୁଞ୍ଚାଇବାକୁ ମନାକଲେ ମହାନଦୀ ଟ୍ରିବ୍ୟୁନାଲ
- India’s Own Space Station: ମହାକାଶରେ ଭାରତର ନିଜ ଘର!, କାମ ଆରମ୍ଭ କଲା ISRO…
- Mokim Supporters Resign: କଂଗ୍ରେସକୁ ଝଟକା: ଇସ୍ତଫା ଦେଲେ ୪୧ଜଣ ମୋକିମଙ୍କ ସମର୍ଥକ
- Budget 2026: MSMEକୁ ମିଳିବ କି ଆୟକର ଛାଡ଼? ଜାଣନ୍ତୁ କ’ଣ କହୁଛନ୍ତି ଏକ୍ସପର୍ଟ…ବଜେଟ୍ ରୁ କ’ଣ ରହିଛି ଆଶା?
- Border 2 Tribute To Dharmendra:ବଢୁଛି ‘ବର୍ଡର ୨’ କ୍ରେଜ୍, ପ୍ରବୀଣ ଅଭିନେତା ଧର୍ମେନ୍ଦ୍ରଙ୍କୁ ଏମିତି ଭାବପ୍ରବଣ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ପୁଅ ସନ୍ନି, ଫ୍ୟନ୍ସ ବି କହିଲେ…
- ଗଣତନ୍ତ୍ର ଦିବସ ପୂର୍ବରୁ ପୋଲିସକୁ ବଡ଼ ସଫଳତା: ପଞ୍ଜାବରୁ ୪ ଆତଙ୍କବାଦୀ ଗିରଫ
Comments are closed.