Latest Odisha News

BREAKING NEWS

‘ନିଜ ଗୋଡ ନିଜେ ଟାଣୁଛନ୍ତି ଦିଲ୍ଲୀ ସରକାର’: ବର୍ଷିଲେ କୋର୍ଟ

ନୂଆଦିଲ୍ଲୀ: ମୁଣ୍ଡ ଉପରେ ଦିଲ୍ଲୀ ନିର୍ବାଚନ ଥିବା ବେଳେ ଏବେ ସିଏଜି ରିପୋର୍ଟ ନେଇ ଆପ୍ ଶାସିତ ଦିଲ୍ଲୀ ସରକାରଙ୍କ ଉପରେ ବର୍ଷିଛନ୍ତି ଦିଲ୍ଲୀ ହାଇକୋର୍ଟ । ଆପ୍ ସିଏଜି ରିପୋର୍ଟ ଦେବାରେ ପଛଘୁଞ୍ଚା ଦେବାପରେ ସରକାରଙ୍କ ସଚ୍ଚୋଟତା ଉପରେ ଏବେ ପ୍ରଶ୍ନ ସୃଷ୍ଟି କରିଛି । ଏପରି କରି ଆପଣ ନିଜ ଗୋଡ ନିଜେ ଟାଣୁଛନ୍ତି ବୋଲି କହି ଦିଲ୍ଲୀ ସରକାରଙ୍କୁ ତାଗିଦ୍ କରିଛନ୍ତି ଦିଲ୍ଲୀ ହାଇକୋର୍ଟ । ଏଣୁ ଯଥାଶୀଘ୍ର ଏନେଇ ବିଧାନସଭାରେ ଆଲୋଚନା କରିବା ପାଇଁ ପରାମର୍ଶ ବି ଦେଇଛନ୍ତି ।

ଜଷ୍ଟିନ୍ ସଚ୍ଚିନ୍ ଦତ୍ତାଙ୍କ ଏକକ ଖଣ୍ଡପୀଠ ସିଏଜି ରିପୋର୍ଟ ନେଇ ଆପ୍ ସରକାରଙ୍କ ପଦକ୍ଷେପକୁ ସମାଲୋଚନା କରିଛନ୍ତି । ସରକାର ୧୪ଟି ସିଏଜି ରିପୋର୍ଟ ନେଇ ହେଉଥିବା ସମସ୍ତ ଆଲୋଚନାକୁ ବିଧାନସଭା ଅଧିବେଶନରେ ସ୍ଥାନିତ କରିବାକୁ ପଛଘୁଞ୍ଚା ଦେଇଛନ୍ତି । ଏନେଇ ସେ ଆପ୍ ସରକାରଙ୍କୁ କହିଛନ୍ତି, ଆପଣଙ୍କୁ(ଆପ୍) ଯେଉଁଭଳି ଭାବରେ ପଛଘୁଞ୍ଚା ଦେଇଛ, ତାହା ଆପଣଙ୍କ ସଚ୍ଚୋଟତା ଉପରେ ସନ୍ଦେହ ସୃଷ୍ଟି କରୁଛି । ଏଣୁ ତୁରନ୍ତ ରିପୋର୍ଟଗୁଡ଼ିକୁ ବାଚସ୍ପତିଙ୍କ ନିକଟକୁ ପଠାଇ ଗୃହରେ ଏନେଇ ଆଲୋଚନା କରିବାକୁ ତାଗିତ୍ କରିଛନ୍ତି କୋର୍ଟ ।

ତେବେ ସିଏଜିର ୧୪ ରିପୋର୍ଟରୁ ମିଡିଆରେ ଦୁଇଟି ରିପୋର୍ଟ ଲିକ୍‌ ହେବା ପରେ କୋର୍ଟଙ୍କ ଏହି ଟିପ୍ପଣୀ ସାମ୍ନାକୁ ଆସିଛି । ଯାହାକୁ ଦର୍ଶାଇ ବିଜେପି ଦାବି କରିଛି ଯେ, ମୁଖ୍ୟମନ୍ତ୍ରୀଙ୍କ ବଙ୍ଗଳା ପିଛା ବେଆଇନ ରୂପେ କୋଟ କୋଟି ଟଙ୍କା ଖର୍ଚ୍ଚ ଓ ମଦ ନୀତ ଯୋଗୁ ୨୦୦୦ କୋଟିରୁ ଅଧିକ ଟଙ୍କାର ରାଜସ୍ୱ କ୍ଷତି ହୋଇଥିବା ଦାବି କରାଯାଇଛି । ଏଥିସହିତ ମଦ ଦୁର୍ନୀତିରେ ଆପ୍ ନେତା ଲାଞ୍ଚ ନେଇଥିବା ମଧ୍ୟ ଦର୍ଶାଯାଇଛି ।

Leave A Reply

Your email address will not be published.