Latest Odisha News

BREAKING NEWS

କରବା ଚୌଥରେ ଉପବାସ ବାଧ୍ୟତାମୂଳକ ନୁହେଁ, ଏହାକୁ ନିଷ୍ଠୁରତା କୁହାଯିବନି: ଦିଲ୍ଲୀ ହାଇକୋର୍ଟ 

ନୂଆଦିଲ୍ଲୀ: କରବା ଚୌଥରେ ଉପାସ କରିବା ଜଣେ ମହିଳାଙ୍କ ଇଚ୍ଛାଧୀନ ବ୍ୟାପାର । ଯଦି ଉପବାସ କରିବାକୁ ସ୍ତ୍ରୀ ଅଗ୍ରାହ୍ୟ ହୁଅନ୍ତି ତେବେ ଏହାକୁ ସ୍ବାମୀ ନିଷ୍ଠୁରତା ବୋଲି ଚିତ୍ରଣ କରିପାରିବେ ନାହିଁ ବୋଲି କହିଛନ୍ତି ଦିଲ୍ଲୀ ହାଇକୋର୍ଟ । ଏହା ସହ ଏହି ପ୍ରସଙ୍ଗକୁ ନେଇ ହୋଇଥିବା ଛାଡପତ୍ର ମାମଲାକୁ ସମ୍ମତି ଦେଇଛନ୍ତି କୋର୍ଟ ।

କରବା ଚୌଥରେ ଜଣେ ମହିଳା ଉପବାସ ନକରିବାରୁ ତାଙ୍କ ସ୍ବାମୀ କ୍ଷୁବ୍ଧ ହୋଇଥିଲେ ଏବଂ ଏହାକୁ ନେଇ ସ୍ତ୍ରୀଙ୍କ ପ୍ରତି ହିଂସ୍ର ଆଚରଣ କରିଥିଲେ । ହାଇକୋର୍ଟ କହିଛନ୍ତି- ଉପବାସ କରିବା ନ କରିବା ଜଣେ ସ୍ତ୍ରୀଙ୍କର ନିଜସ୍ବ ଇଚ୍ଛା । ଯଦି ସ୍ତ୍ରୀ ନ ଚାହିଁବେ ତେବେ ସ୍ଵାମୀ ବାଧ୍ୟ କରି ପାରିବେ ନାହିଁ।

ତେବେ ସ୍ତ୍ରୀଙ୍କ କେତେକ ଆଚରଣ ନେଇ କ୍ଷୁବ୍ଧ ହୋଇଛନ୍ତି କୋର୍ଟ । ଗତ ୨୦୨୧୧ରେ ସ୍ବାମୀଙ୍କ ସ୍ନାୟୁଜନିତ ସମସ୍ୟା ସୃଷ୍ଟି ହେବା ପରେ ସ୍ତ୍ରୀ ସିନ୍ଦୂର ପୋଛି ଦେବା ସହ ଚୁଡ଼ି ଭାଙ୍ଗିଦେଇଥିଲେ । ଧଳା ଶାଢ଼ି ପିନ୍ଧିଥିଲେ । ନିଜକୁ ଜଣେ ବିଧବା ବୋଲି ସେ ପରିଚୟ ଦେଉଥିଲେ । ସେମାନେ ୨୦୦୯ରେ ବିବାହ କରିଥିଲେ ଏବେ ୨୦୧୧ରେ ସେମାନଙ୍କ ଏକ କନ୍ୟା ସନ୍ତାନ ଜନ୍ମ ନେଇଥିଲା । ପାରିବାରିକ ହିଂସା କାରଣରୁ ଛାଡପତ୍ର ଚାହିଁଥିଲେ ସ୍ବାମୀ । ନିମ୍ନକୋର୍ଟ ଛାଡପତ୍ର ସପକ୍ଷରେ ରାୟ ଦେଇଥିବା କାରଣରୁ ସ୍ତ୍ରୀ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ । ତେବେ ନିମ୍ନକୋର୍ଟଙ୍କ ରାୟକୁ କାଏମ ରଖିଛନ୍ତି ଅଦାଲତ।

Comments are closed.