Latest Odisha News

BREAKING NEWS

ହିନ୍ଦୁ ଦେବୀ-ଦେବତାଙ୍କ ଆପତିଜନ କଂଟେଟ ହଟାଇବା ପାଇଁ ଟ୍ୱିଟରକୁ ନିର୍ଦ୍ଦେଶ ଦେଲେ ଦିଲ୍ଲୀ ହାଇକୋର୍ଟ

ନୂଆଦିଲ୍ଲୀ: ଦିଲ୍ଲୀ ହାଇକୋର୍ଟ ଶୁକ୍ରବାର ଟ୍ୱିଟରକୁ ହିନ୍ଦୁ ଦେବୀ-ଦେବତାଙ୍କୁ ନେଇ ପ୍ରକାଶ ପାଇଥିବା ଆପତିଜନକ କଂଟେଟ ହଟାଇବାକୁ ନିର୍ଦ୍ଦେଶ ଦେଇଛନ୍ତି । ସୋସିଆଲ ମିଡିଆ ଲୋକଙ୍କ ଭାବନାକୁ ସମ୍ମାନ ଦେବା ଉଚିତ । କାହାର ଭାବନାକୁ ଆହତ କରିବା ପରି ପୋଷ୍ଟକୁ ପ୍ରଶୟ ଦିଆଯିବା ଉଚିତ ନୁହେଁ ବୋଲି କୋର୍ଟ କହିଛନ୍ତି । ସୂଚନାଯୋଗ୍ୟ, ଏଥିଷ୍ଟ ରିପବ୍ଲିକ ନାମକ ଏକ ୟୁଜର ଆଇଡିରୁ କାଳୀ ମାଆଙ୍କୁ ଆପତିଜନକ ଟିପ୍ପଣୀ କରାଯାଇଥିଲା । ଏହା ବିରୋଧରେ କୋର୍ଟରେ ଆଶ୍ରୟ ନେଇଥିଲେ ଆଦିତ୍ୟ ସିଂ ଦେଶୱାଲ ।

ଏହି ମାମଲାର ଶୁଣାଣୀ ମୁଖ୍ୟ ବିଚାରପତି ଡିଏନ ପଟେଲ ଓ ବିଚାରପତି ଜ୍ୟୋତି ସିଂଙ୍କୁ ନେଇ ଗଠିତ ୨ ଜଣିଆ ଖଣ୍ଡପୀଠ କରିଥିଲେ । ଟ୍ୱିଟର ପକ୍ଷରୁ ଉପସ୍ଥାପନ କରାଯାଇଥିବା ପ୍ରତିନିଧିଙ୍କୁ କୋର୍ଟ ସିଧାସଳଖ ପଚାରିଥିଲେ ଏହି ବିବାଦୀୟ କଂଟେଟ ହଟା ଯାଉଛି ନା ନାହିଁ ? ଟ୍ୱିଟର ଏହି ଆଦେଶ ମାନିବାକୁ ରାଜି ହୋଇଥିବା ଜଣାପଡିଛି ।

Comments are closed.