Latest Odisha News

BREAKING NEWS

ଦିଲ୍ଲୀରେ ହିଂସା ପାଇଁ କିଏ କରୁଛି ଅର୍ଥ ଯୋଗାଣ? କେନ୍ଦ୍ର, ରାଜ୍ୟ ସରକାର ଓ ଦିଲ୍ଲୀ ପୋଲିସକୁ ହାଇକୋର୍ଟର ନୋଟିସ

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀର ଉତ୍ତର-ପୂର୍ବ ଅଂଚଳରେ ବ୍ୟାପିଥିବା ହିଂସା ସହିତ ଜଡିତ ପିଟିସନ ଉପରେ ଆଜି ଦିଲ୍ଲୀ ହାଇକୋର୍ଟରେ ଶୁଣାଣି ହୋଇଛି । ନାଗରିକତା ସଂଶୋଧନ ଆଇନ(ସିଏଏ) ବିରୋଧରେ ଦିଲ୍ଲୀର ଶାହିନବାଗ ସମେତ ଅନ୍ୟ ୮ଟି ସ୍ଥାନରେ କରାଯାଉଥିବା ପ୍ରଦର୍ଶନ ଉପରେ ଦିଲ୍ଲୀ ପୋଲିସ, କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କୁ ନୋଟିସ ଜାରି କରି ଏପ୍ରିଲ ୩୦ ପର୍ଯ୍ୟନ୍ତ ଜବାବ ଦେବାକୁ କହିଛି କୋର୍ଟ ।

ହାଇକୋର୍ଟରେ ପିଟିସନ ଦାଖଲ କରି ଆବେଦନକାରୀ କୋର୍ଟରେ ଅପିଲ କରିଥିଲେ କି, ଦିଲ୍ଲୀରେ ହେଉଥିବା ପ୍ରଦର୍ଶନକୁ କିଏ ଅର୍ଥ ଯୋଗାଣ କରୁଛି । ଏହି ମାମଲାରେ ଯାଂଚ ହେବା ଉଚିତ୍ । ଦିଲ୍ଲୀ ହାଇକୋର୍ଟର ମୁଖ୍ୟ ବିଚାରପତି ଡି ଏନ ପଟେଲଙ୍କ ଅଧ୍ୟକ୍ଷତାରେ ବସିଥିବା ବେଂଚ ଏହାର ଶୁଣାଣି କରିଛନ୍ତି ।

Comments are closed.