Latest Odisha News

BREAKING NEWS

ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲା, ବିରୋଧି ଆବେଦନକାରୀଙ୍କୁ ଝଟକା

ନୂଆଦିଲ୍ଲୀ: ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ବିରୋଧିଙ୍କୁ ଲାଗିଲା ବଡ ଝଟକା । ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ହଟାଇବା ପାଇଁ କରାଯାଇଥିବା ଦାବିକୁ ନେଇ ବର୍ଷିଲେ ଦିଲ୍ଲୀ ହାଇକୋର୍ଟ । ହାଇକୋର୍ଟ କହିଛନ୍ତି ଯେ, ଏସବୁ ନିର୍ବାଚନୀ ପ୍ରଚାର ପାଇଁ କରାଯାଉଛି । ଯଦି ଦାବୀ ପ୍ରତ୍ୟାହାର ନହୁଏ ତେବେ ଆବେଦନକାରୀଙ୍କ ଉପରେ ଆମେ ଜରିମାନା ଲଗାଇବୁ ।

ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ମୁଖ୍ୟମନ୍ତ୍ରୀଙ୍କୁ ଗିରଫ କରାଯିବା ପରେ ଜେଲରେ ଥିବା କେଜରିୱାଲଙ୍କୁ ତାଙ୍କ ପଦବୀ ତଥା ମୁଖ୍ୟମନ୍ତ୍ରୀ ପଦବୀରୁ ହଟାଇବା ପାଇଁ ହାଇକୋର୍ଟରେ ଦାବି କରିଥିଲେ ପୂର୍ବତନ ଆପ ବିଧାୟକ ସନ୍ଦୀପ କୁମାର । ତେବେ ସନ୍ଦୀପ କୁମାରଙ୍କ ଏହି ଆବେଦନକୁ ସମାଲୋଚନା କରିଛନ୍ତି ଦିଲ୍ଲୀ ହାଇକୋର୍ଟର ଜଷ୍ଟିସ ସୁବ୍ରମଣ୍ୟମ ପ୍ରସାଦ । ତେବେ କୋର୍ଟ ଏହି ଆବେଦନକୁ ଖାରଜ କରିନାହାଁନ୍ତି । ଆସନ୍ତା ବୁଧବାର ଏହି ଆବେଦନ ପରବର୍ତ୍ତୀ ଶୁଣାଣି ହୋଇପାରେ ।

ଏହାପୂର୍ବରୁ ମଧ୍ୟ ଦୁଇଟି ଆବେଦନକୁ ଖାରଜ କରିଛନ୍ତି ହାଇକୋର୍ଟ । ଏପ୍ରିଲ ୪ରେ କାର୍ଯ୍ୟକାରୀ ପ୍ରଧାନ ବିଚାରପତି ମନମୋହନ ଏବଂ ଜଷ୍ଟିସ ମନମିତ ପିଏସ ଆରୋରାଙ୍କ ଏକ ବେଞ୍ଚ ଏହି ପ୍ରସଙ୍ଗରେ ପିଏଲ ବିଚାର କରିବାକୁ ମନା କରିଦେଇଲେ ଏବଂ ମୁଖ୍ୟମନ୍ତ୍ରୀ ହେବା କେଜରିୱାଲଙ୍କ ବ୍ୟକ୍ତିଗତ ଇଚ୍ଛା ବୋଲି କହିଥିଲେ। ଏଥିସହିତ କୋର୍ଟ ଅନ୍ୟ ଏକ ସମାନ ପିଆଇଏଲକୁ ପ୍ରତ୍ୟାଖ୍ୟାନ କରି କହିଛନ୍ତି ଯେ ଗିରଫ ହୋଇଥିବା ମୁଖ୍ୟମନ୍ତ୍ରୀଙ୍କୁ କାର୍ଯ୍ୟଭାର ଗ୍ରହଣ କରିବାରେ ବାରଣ କରୁଥିବା କୌଣସି ଆଇନଗତ ପ୍ରତିବନ୍ଧକ ପ୍ରମାଣ କରିବାରେ ବିଫଳ ହୋଇଛନ୍ତି।

ସୂଚନାଯୋଗ୍ୟ ଯେ, ମାର୍ଚ୍ଚ ୨୧ରେ ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ଇଡି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଗିରଫ କରିଥିଲା। ବର୍ତ୍ତମାନ କେଜ୍ରିୱାଲ ତିହାର ଜେଲରେ ନ୍ୟାୟିକ ହେପାଜତରେ ଅଛନ୍ତି।

 

 

Comments are closed.