Latest Odisha News

BREAKING NEWS

ହୋଟେଲ ଅଶୋକା ବେଡ୍ ମାମଲା, ଦିଲ୍ଲୀ ହାଇକୋର୍ଟ କହିଲେ- ଖଣ୍ଡପୀଠ କେବେ ଏମିତି କହି ନାହାଁନ୍ତି’

ନୂଆଦିଲ୍ଲୀ: ଦିଲ୍ଲୀ ହାଇକୋର୍ଟ ଆଜି କହିଛନ୍ତି, ବିଚାରପତିଙ୍କ ଲାଗି ଦିଲ୍ଲୀର ଅଶୋକା ହୋଟେଲରେ ୧୦୦ ବେଡ୍ ବ୍ୟବସ୍ଥା କରିବା ଲାଗି କୌଣସି ଅନୁରୋଧ କରାଯାଇନାହିଁ । ବିଭିନ୍ନ ଗଣମାଧ୍ୟମରେ ପ୍ରକାଶିତ ଖବରକୁ କୋର୍ଟ ଖଣ୍ଡନ କରିଛନ୍ତି । କୋର୍ଟ କହିଛନ୍ତି ଏମିତି ନିର୍ଦ୍ଦେଶ ଦ୍ୱାରା ନ୍ୟାୟପାଳିକା ବାବଦରେ ଭୁଲ୍ ଚିନ୍ତାଧାରା ସୃଷ୍ଟି ହୁଏ ।

ଅଦାଲତ ଦିଲ୍ଲୀ ସରକାରଙ୍କୁ ପଚାରିଛନ୍ତି, ଏମିତି ଆଦେଶ ଦେଇ ଆପଣ କଣ ଜଣାଇବାକୁ ଚାହୁଁଛନ୍ତି । କଣ ଆପଣ ଜଣାଇବାକୁ ଚାହୁଁଛନ୍ତି ଆପଣ ଆମକୁ ଫାଇଦା ଦେଉଛନ୍ତି ନା ଆପଣ ଆମକୁ ଖୁସି କରିବାକୁ ଏମିତି କରୁଛନ୍ତି ।

କୋର୍ଟ ଏଭଳି ପ୍ରଶ୍ନ ପରେ କୋର୍ଟ କହିଛନ୍ତି, ଗଣମାଧ୍ୟମରେ ଭୁଲ୍ ରିପୋର୍ଟିଂ କରାଯାଇଛି । ଯାହା ଉପରେ କୋର୍ଟ କହିଛନ୍ତି, ଆପଣଙ୍କ ନିର୍ଦ୍ଦେଶରେ ସେମିତି ହିଁ ଲେଖାଯାଇଛି । କୋର୍ଟ କହିଛନ୍ତି, ଗଣମାଧ୍ୟମ ନୁହେଁ ଆପଣଙ୍କ ନିର୍ଦ୍ଦେଶ ହିଁ ଭୁଲ୍ ।

କୋର୍ଟ କହିଛନ୍ତି, ଆପଣ କେମିତି ଭାବୁଛନ୍ତି ଏଭଳି ନିର୍ଦ୍ଦେଶନାମା ଜାରି କରିବାକୁ ଆମେ କହିବୁ । ଯେତେବେଳେ କି ଦିଲ୍ଲୀର ଲୋକ ସଡ଼କରେ ମୃତ୍ୟୁ ବରଣ କରୁଛନ୍ତି ।

Leave A Reply

Your email address will not be published.