Latest Odisha News

BREAKING NEWS

ଭୁବନେଶ୍ବରରୁ ଚିହ୍ନଟ ହେଲେ ଆଉ ୭୭୩ ପଜିଟିଭ୍

ଭୁବନେଶ୍ବର : ମହାମାରୀ କରୋନାର ଦ୍ବିତୀୟ ଲହରକୁ ନେଇ ସାରା ରାଜ୍ୟରେ ଆତଙ୍କ । ପ୍ରତିଦିନ ଆକ୍ରାନ୍ତ ସଂଖ୍ୟା ବଢ଼ି ଚାଲିଥିବା ବେଳେ, ଆଜି ଭୁବନେଶ୍ବରରୁ ଚିହ୍ନଟ ହୋଇଛନ୍ତି ୭୭୩ ଜଣ ସଂକ୍ରମିତ । କ୍ବାରେଣ୍ଟାଇନରୁ ୧୪୦ ଜଣ ଥିବା ବେଳେ, ଲୋକାଲ କେସ୍ ରହିଛି ୬୩୨ । ସେହିପରି ଭୁବନେଶ୍ବରରୁ ସୁସ୍ଥ ହୋଇଛନ୍ତି ୩୪୩ ଜଣ ଆକ୍ରାନ୍ତ । ଏନେଇ ଟ୍ବିଟ୍ କରି ସୂଚନା ଦେଇଛି ବିଏମସି ।

ସ୍ଥାନୀୟ ସଂକ୍ରମିତଙ୍କ ମଧ୍ୟରୁ ନୟାପଲ୍ଲୀରୁ ସର୍ବାଧିକ ୪୨ ଜଣ ଥିବା ବେଳେ, ଖଣ୍ଡଗିରିରୁ ୪୧, ଚନ୍ଦ୍ରଶେଖରପୁରରୁ ୩୨, ବରମୁଣ୍ଡାରୁ ୧୮, ଚନ୍ଦ୍ରଶେଖରପୁର ଓ ଲକ୍ଷ୍ମୀସାଗରରୁ ୧୬ ଜଣ ଲେଖାଏଁ, ବଡ଼ଗଡ଼ରୁ ୧୩, ଡୁମୁଡୁମା ଓ ଜାଗମରାରୁ ୧୧ ଜଣ ଲେଖାଏଁ, ମଞ୍ଚେଶ୍ବର, ବିଜେବି ନଗର ଓ ଝାରପଡ଼ାରୁ ୯ ଜଣ ଲେଖାଏଁ, ଭୀମଟାଙ୍ଗି ଓ ଆଚାର୍ଯ୍ୟବିହାରରୁ ୭ ଜଣ ଲେଖାଏଁ ଆକ୍ରାନ୍ତ ଅଛନ୍ତି ।

ସେହିପରି କ୍ବାରେଣ୍ଟାଇନରୁ ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ଓଲ୍ଡ ଟାଉନ୍ ଓ ପଟିଆରୁ ୧୧ ଜଣ ଲେଖାଏଁ ଥିବା ବେଳେ, ଆଚାର୍ଯ୍ୟ ବିହାରରୁ ୯, ଖଣ୍ଡଗିରିରୁ ୭, ଲକ୍ଷ୍ମୀସାଗରରୁ ୬, ରସୁଲଗଡ଼ରୁ ୬, ବରମୁଣ୍ଡାରୁ ୭, ମଞ୍ଚେଶ୍ବରରୁ ୫ ଜଣ ଅଛନ୍ତି । ଆଜିର ସଂଖ୍ୟାକୁ ମିଶାଇ ଏପର୍ଯ୍ୟନ୍ତ ଭୁବନେଶ୍ବର ଅଞ୍ଚଳରେ ସଂକ୍ରମିତ ହେଲେଣି ୪୧ ହଜାର ୪୦୧ ଜଣ । ଏମାନଙ୍କ ମଧ୍ୟରୁ ୩୫ ହଜାର ୨୨୭ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ, ୨୫୭ ଜଣଙ୍କ ଜୀବନ ଗଲାଣି । ବାକି ୫୮୯୬ ଜଣଙ୍କ ଚିକିତ୍ସା ଚାଲିଛି ।

Leave A Reply

Your email address will not be published.