Latest Odisha News

କରୋନା ମାମଲାକୁ ନେଇ ଚିନ୍ତାରେ ହାଇକୋର୍ଟ, ମାଗିଲେ ରିପୋର୍ଟ୍ 

ନୂଆଦିଲ୍ଲୀ: ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଯାହାକୁ ନେଇ ଏବେ ଦିଲ୍ଲୀ ହାଇକୋର୍ଟ ମଧ୍ୟ ଚିନ୍ତାରେ ପଡିଯାଇଛନ୍ତି। ଏପରିକି ନମୁନା ସଂଗ୍ରହ ନେଇ ହାଇକୋର୍ଟ ୬ ସପ୍ତାହ ମଧ୍ୟରେ କେନ୍ଦ୍ର ସରକାରଙ୍କୁ ଏକ ରିପୋର୍ଟ ମାଗିଛନ୍ତି। ପୂର୍ବରୁ ଏଥିପାଇଁ ୧୨ ସପ୍ତାହର ସମୟ ଦିଆଯାଇଥିଲା।

କିନ୍ତୁ ଯେଉଁଭଳି ଭାବରେ କରୋନା ବଢ଼ିବାରେ ଲାଗିଛି।ହାଇକୋର୍ଟ ଏହାକୁ ନେଇ  ଯଥାଶୀଘ୍ର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କହିଛନ୍ତି। ତେବେ ହାଇକୋର୍ଟ ନିଜର ଚିନ୍ତା ବ୍ୟକ୍ତ କରି କହିଛନ୍ତି ଯେ ବର୍ତ୍ତମାନ୍ କରୋନା ଶେଷ ହେବା ପରି ନଜର ଆସୁନାହିଁ। ତେଣୁ ଏହାର ନମୁନା ସଂଗ୍ରହ କରି ଯଥା ଶୀଘ୍ର ଏସଓପି ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।ତେବେ ଡାକ୍ତର ରୋହିତ ଜୈନଙ୍କ ଦ୍ୱାରା ଦାଖଲ କରାଯାଇଥିବା ଏକ ଆବେଦନର ଶୁଣାଣି ସମୟରେ ମେ ୨୮ ୨୦୨୫ରେ ବିଚାରପତି ଅନିଶ ଦୟାଲ ଏହି ନିର୍ଦ୍ଦେଶ ଦେଇଥିଲେ।

 

Comments are closed.