ନୂଆଦିଲ୍ଲୀ : ନିର୍ଭୟା ଦୋଷୀଙ୍କୁ ତତ୍କାଳ ଫାଶି ଦେବା ମାମଲାରେ କେନ୍ଦ୍ର ସରକାର ଓ ଦିଲ୍ଲୀ ପୁଲିସର ଆବେଦନକୁ ଦିଲ୍ଲୀ ହାଇକୋର୍ଟ ଖାରଜ କରିଛି । ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ସମସ୍ତ ଦୋଷୀଙ୍କୁ ପୃଥକ ଭାବେ ଫାଶି ଦିଆଯାଇପାରିବନାହିଁ ବୋଲି ଦିଲ୍ଲୀ ହାଇକୋର୍ଟ କହିଛି । ସମସ୍ତ ଦୋଷୀଙ୍କୁ ୭ଦିନ ଭିତରେ ସମସ୍ତ ଆଇନଗତ ପ୍ରକ୍ରିୟା ସାରିବାକୁ ମଧ୍ୟ କୋର୍ଟ ନିର୍ଦ୍ଦେଶ ଦେଇଛି । ଦୋଷୀଙ୍କ ଡେଥ୍ ୱାରେଣ୍ଟ ଉପରେ ଷ୍ଟେ’କୁ ଉଠାଇ ତତ୍କାଳ ଫାଶି ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଆବେଦନ କରାଯାଇଥିଲା ।
ସୂଚନାଯୋଗ୍ୟ, ନିର୍ଭୟା ଦୋଷୀଙ୍କ ଡେଥ୍ ୱାରେଣ୍ଟ ଦୁଇ ଥର ସ୍ଥଗିତ ହୋଇସାରିଲାଣି । ଦୋଷୀମାନେ ଭିନ୍ନ ମାମଲାରେ ଆଇନଗତ ସହାୟତା ନେଇ ଲଗାତାର ଡେଥ୍ ୱାରେଣ୍ଟକୁ ସ୍ଥଗିତ କରିବାରେ ସଫଳ ହୋଇଛନ୍ତି । କିନ୍ତୁ ହାଇକୋର୍ଟ ଏବେ ତାଙ୍କୁ ୭ଦିନ ଭିତରେ ସମସ୍ତ ବିକଳ୍ପ ଉପାୟ ବ୍ୟବହାର କରିବାକୁ କହିଛି । କୋର୍ଟ ଏହା ବି କହିଛି, ଏକ ସପ୍ତାହ ପରେ ଡେଥ୍ ୱାରେଣ୍ଟ ଲାଗୁ କରିବାର ପ୍ରକ୍ରିୟା ଆରମ୍ଭ ହୋଇଯିବ ।
Comments are closed.