ଭୁବନେଶ୍ୱର: ଏବେ ଓଡ଼ିଶା ଛାଡିବନି ବାଘୁଣୀ ‘ସୁନ୍ଦରୀ । ସେ ଓଡ଼ିଶାରେ ହିଁ ରହିବ । ମଧ୍ୟପ୍ରଦେଶ କାହ୍ନା ବ୍ୟାଘ୍ର ଅଭୟାରଣ୍ୟର ଘୋରେଲାରେ ବର୍ତ୍ତମନା ଅନ୍ୟ ୨ଟି ବାଘ ଅଛନ୍ତି । ତେଣୁ ସେମାନଙ୍କୁ ଅନ୍ୟତ୍ର ସ୍ଥାନାନ୍ତର ପରେ ସୁନ୍ଦରୀକୁ ସେଠାକୁ ସ୍ଥାନାନ୍ତର କରାଯିବ ବୋଲି ଚିଫ୍ ୱାଇଲ୍ଡ ଲାଇଫ୍ ୱାର୍ଡନ୍ ହରିଶଙ୍କର ଉପାଧ୍ୟାୟ କହିଛନ୍ତି ।
ସୂଚନାଯୋଗ୍ୟ ଯେ, ମଣିଷ ମାରିବା ଅଭିଯୋଗରେ ନିୟମ ଉଲ୍ଲଂଘନ କରି ବାଘୁଣୀ ସୁନ୍ଦରୀକୁ ବର୍ଷାଧିକ କାଳ ଛୋଟ ଏନ୍କ୍ଲୋଜରରେ ବନ୍ଦୀ କରି ରଖାଯାଇଥିଲା । ରାଜ୍ୟ ବନବିଭାଗର ଏଭଳି ଚରମ ଅବହେଳା ଯୋଗୁଁ ବ୍ୟାଘ୍ର ସ୍ଥାନାନ୍ତରଣ ପ୍ରକଳ୍ପକୁ ବନ୍ଦ କରିଦେଇଥିଲା ଏନ୍ଟିସିଏ ।
ସାତକୋଶିଆ ବ୍ୟାଘ୍ର ଅଭୟାରଣ୍ୟର ଏନ୍କ୍ଲୋଜରରେ ବନ୍ଦୀ ଥିବା ବାଘୁଣୀ ସୁନ୍ଦରୀକୁ ମଧ୍ୟପ୍ରଦେଶକୁ ଫେରାଇ ନିଆଯିବାକୁ ଯୋଜନା ଚାଲିଥିଲା । ତୁରନ୍ତ ଏହି ବାଘୁଣୀକୁ କାହ୍ନା ଅଭୟାରଣ୍ୟର କେନ୍ଦ୍ରକୁ ନେବା ପାଇଁ କଡା ଚିଠି ମଧ୍ୟ ଲେଖିଥିଲେ ଏନ୍ଟିସିଏ ।
BREAKING NEWS
- ୨ଦିନିଆ ଗସ୍ତ ଓଡ଼ିଶା ଗସ୍ତରେ ମୋହନ ଭାଗବତ
- ବୈଭବଙ୍କୁ କପିଳ ଦେବଙ୍କ ଚେତାବନୀ ,ବିନୋଦ କାମ୍ବଲୀଙ୍କ କ୍ୟାରିୟରକୁ ଦେଖ
- ‘ଇ-ସଞ୍ଚାର ଆପ୍’ର ଶୁଭାରମ୍ଭ;ଖୁବଶୀଘ୍ର ଆସିବ ସାମାଜିକ ଗଣମାଧ୍ୟମ ନୀତି
- ମାଡ଼ି ଆସୁଛି ଆଉ ଏକ ଲଘୁଚାପ;୧୪ରୁ ରାଜ୍ୟରେ ଝଡି ବର୍ଷା ସମ୍ଭାବନା
- କୋହଲିଙ୍କ ସ୍ଥାନରେ ପାର୍ଥୀବ ହୋଇଥାନ୍ତେ ଅଧିନାୟକ
- ପଶ୍ଚିମବଙ୍ଗ ଉପନିର୍ବାଚନ: ନନ୍ଦୀଗ୍ରାମ ଓ ରେଜିନଗରରେ ବିଜେପିର ବାଜିମାତ; ମୁସଲିମ ବହୁଳ ଅଞ୍ଚଳରେ ଶୁଭେନ୍ଦୁଙ୍କ ବଡ଼ ବିଜୟ
- ଏସିଆନ୍ ଚାମ୍ପିଅନ୍ସ ଟ୍ରଫି ୨୦୨୬: ଓହରିଗଲା ପାକିସ୍ତାନ, ବାଂଲାଦେଶକୁ ମିଳିଲା ସୁଯୋଗ
- ସିଓଇର ଚାଂଚଲ୍ୟକର ରିପୋର୍ଟ ପଡିଲା ପଦାରେ
- Nobel Peace Prize 2026:ଟ୍ରମ୍ପ ନିରାଶ;ଭାରତୀୟ ବଂଶୋଦ୍ଭବ ନାଭି ପିଲ୍ଲାଇଙ୍କୁ ନୋବେଲ ଶାନ୍ତି ପୁରସ୍କାର
- ଏସବୁ କଲେଜରେ ନିର୍ବାଚନ ବାତିଲ; ସୁରକ୍ଷା ଦୃଷ୍ଟିକୋଣରୁ…

Comments are closed.