ନୂଆଦିଲ୍ଲୀ: ପୁନର୍ବାର ଦିଲ୍ଲୀରେ ଉପରାଜ୍ୟପାଳ ଓ ଆପ ସରକାର ମଧ୍ୟରେ ବିବାଦ ରୂପୀ ନାଟକ ଆରମ୍ଭ ହୋଇଛି । ଶୁକ୍ରବାର ଉପରାଜ୍ୟପାଳ ବିନୟ କୁମାର ସକ୍ସେନା ଅରବିନ୍ଦ କେଜ୍ରିୱାଲଙ୍କ ସରକାର ବିରୋଧରେ ଏକ ଦୃଢ଼ ପଦକ୍ଷେପ ଗ୍ରହଣ କରିଛନ୍ତି । ଦିଲ୍ଲୀ ସରକାରଙ୍କ ଅବକାରୀ ନୀତି ବିରୋଧରେ ସିବିଆଇ ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ମଦ ଦୋକାନ ଖୋଲିବା ନେଇ ଟେଣ୍ଡରରେ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗ ଆସିଥିଲା । ଆପ ସରକାର ନୂତନ ଅବକାରୀ ନୀତିକୁ ଅଣଦେଖା କରି ମନ ଇଚ୍ଛା ମଦ ଦୋକାନଗୁଡିକୁ ଟେଣ୍ଡର ପ୍ରଦାନ କରିଥିଲେ । ସିବିଆଇ ତଦନ୍ତ ପରେ ଘଟଣାର ସତ୍ୟତା ସମ୍ମୁଖକୁ ଆସିବ ବୋଲି ଆଶା ବ୍ୟକ୍ତ କରାଯାଇଛି । ରିପୋର୍ଟ ମୁତାବକ ଜିଏନସିଟିଡି ଆକ୍ଟ ୧୯୯୧, ବ୍ୟାପାର ନିୟମ ୧୯୯୩, ଅବକାରୀ ନୀତି ୨୦୦୯ ଓ ଦିଲ୍ଲୀ ଅବକାରୀ ନିୟମ ୨୦୧୦ର ଉଲ୍ଲଂଘନ ଅଭିଯୋଗର ତଦନ୍ତ ସିବିଆଇ କରିବ । ପୂର୍ବରୁ ସିଙ୍ଗାପୁର ଯିବା ନେଇ କେଜ୍ରିୱାଲ ଓ ଉପ ରାଜ୍ୟପାଳ ମୁହାଁ ମୁହିଁ ହୋଇଥିଲେ । ଆପ ନେତା ସୌରଭ ଭରଦ୍ୱାଜ ଅଭିଯୋଗ କରିଛନ୍ତି ସତ୍ୟେନ୍ଦ୍ର ଜୈନଙ୍କ ପରେ ଏବେ ଉପ ମୁଖ୍ୟମନ୍ତ୍ରୀ ମନୀଷ ସିସୋଡିଆଙ୍କୁ ଟାର୍ଗେଟ କରାଯାଉଛି ।
BREAKING NEWS
- ଭାରତ – ନ୍ୟୁଜିଲ୍ୟାଣ୍ଡ ମୁକ୍ତ ବାଣିଜ୍ୟ ଚୁକ୍ତିକୁ ନ୍ୟୁଜିଲ୍ୟାଣ୍ଡ ସଂସଦର ମଞ୍ଜୁରୀ
- ଏସିଆନ ଗେମ୍ସ ସ୍ୱର୍ଣ୍ଣ ଜିତି ଇତିହାସ ରଚିବା ଏବେ ଦଳର ମୂଳ ଲକ୍ଷ୍ୟ: ସୋଏର୍ଡ ମାରିଜ୍ନେ
- ପୁଣି ହସାଇବାକୁ ଆସୁଛନ୍ତି କପିଲ ଓ ସୁନୀଲ: ଖୁବଶୀଘ୍ର ଫେରୁଛି ‘ଦ ଗ୍ରେଟ୍ ଇଣ୍ଡିଆନ୍ କପିଲ୍ ଶୋ’ ସିଜନ ୫
- Subhadra Scheme Applications:ଏହି ଦିନ ପୁଣି ଖୋଲିବ ସୁଭଦ୍ରା ପୋର୍ଟାଲ
- ୨୦୧୩ ଝିରମ ଘାଟି ନରସଂହାର ମାମଲାରେ ୧୦ ଜଣଙ୍କୁ ମୃତ୍ୟୁ ଦଣ୍ଡାଦେଶ
- ଏସିଆନ୍ ଗେମ୍ସ: ବିପ୍ରଜ ନିଗମ ଜାତୀୟ ଦଳରେ ସାମିଲ, ବାଦ ପଡ଼ିଲେ ବରୁଣ
- Dahi Bara: ଦହିବରା ଖାଇ ୫୦ରୁ ଊର୍ଦ୍ଧ୍ବ ଅସୁସ୍ଥ
- ମୋଦି ସରକାରଙ୍କ ବଡ଼ ନିଷ୍ପତ୍ତି, EPFO ଦରମା ସୀମା ୧୫ ହଜାର ଟଙ୍କାରୁ ୨୫ ହଜାର ଟଙ୍କାକୁ ବୃଦ୍ଧି
- ଜନ୍ମଦିନ ପାଳିବ ସୁଭଦ୍ରା, ଘରେ ଘରେ ଦୀପ ଜାଳିବେ ମହିଳା
- ତୃତୀୟ ଟି୨୦ ପୂର୍ବରୁ ବୈଭବଙ୍କୁ ନେଇ ସଞ୍ଜୁଙ୍କ ବଡ଼ ବୟାନ

Comments are closed.