Latest Odisha News

ଆପ ନେତାଙ୍କୁ ଆଇନଗତ ନୋଟିସ ପଠାଇଲେ ଦିଲ୍ଲୀ ଉପରାଜ୍ୟପାଳ

ନୂଆଦିଲ୍ଲୀ: ଆମ ଆଦମୀ ପାର୍ଟି ଏବଂ ଦିଲ୍ଲୀ ଉପରାଜ୍ୟପାଳଙ୍କ ମଧ୍ୟରେ ବିବାଦ ନୂଆ କଥା ନୁହେଁ । ବର୍ତମାନର ଉପରାଜ୍ୟପାଳ ବିନୟ କୁମାର ସକ୍ସେନା ସୋମବାର ଆପର କେତେକ ନେତାଙ୍କୁ ଆଇନଗତ ନୋଟିସ ପଠାଇଛନ୍ତି । ୪୮ ଘଂଟା ମଧ୍ୟରେ ଏହାର ଜବାବ ରଖିବାକୁ ସେମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଯଦି ଏଥିରେ ବିଳମ୍ବ ହୁଏ ତାହାହେଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ସହ ଆଇନର ଆଶ୍ରୟ ନିଆଯିବ ବୋଲି କହିଛନ୍ତି । ଆତିଶୀ, ସୌରଭ ଭରଦ୍ୱାଜ, ଦୁର୍ଗେଶ ପାଠକ, ସଞ୍ଜୟ ସିଂ ଓ ଜଶ୍ମୀନ ଶାହଙ୍କୁ ଏହି ନୋଟିସ ପଠାଯାଇଛି ।

କୌଣସି ପ୍ରମାଣ ନ ଥାଇ ଏହି ଆପ ନେତାମାନେ ଉପରାଜ୍ୟପାଳ ୧୪ ଶହ କୋଟି ଟଙ୍କାର ଦୁର୍ନୀତି କରିଥିବା ସାଂଘାତିକ ଅଭିଯୋଗ ଆଣିଥିଲେ । ଖଦୀ ଗ୍ରାମ ଉଦ୍ୟୋଗର ଚେୟାରମ୍ୟାନ ଥିବା ବେଳେ ବିନୟ କୁମାର ବିମୁଦ୍ରୀକରଣ ସମୟରେ ନୋଟ ବଦଳାଇ ଏହି ଦୁର୍ନୀତି କରିଥିଲେ । ଏକ୍ସସାଇଜ ସ୍କାମରୁ ନଜର ହଟେଇବା ପାଇଁ ଆପ ନେତାମାନେ ଏଲଜିଙ୍କୁ ଟାର୍ଗେଟ କରୁଛନ୍ତି ବୋଲି ବିଜେପି ପକ୍ଷରୁ କୁହାଯାଇଛି ।

Comments are closed.