Latest Odisha News

BREAKING NEWS

ଧରା ପଡିଲା ଭାରତର ସବୁଠାରୁ ବଡ କାର ଚୋର, ୨୪ ବର୍ଷରେ ଚୋରୀ କରିଥିଲା ୫୦୦୦ କାର

ନୂଆଦିଲ୍ଲୀ: ଭାରତର ସବୁଠାରୁ ବଡ କାର ଚୋର ଆଜି ଧରାପଡିଛି । ଅନୀଲ ଚୌହ୍ୱାନ ନାମକ ଏକ ଧୂର୍ତ ଚୋର ୨୪ ବର୍ଷରେ ୫୦୦୦ରୁ ଅଧିକ କାର ଚୋରି କରିଥିଲା । ୫୨ ବର୍ଷୀୟ ଅନୀଲର ନେଟୱର୍କ ସାରା ଦେଶରେ ଥିଲା । ପୋଲିସ ଗିରଫ କରିବା ସମୟରେ ତା ନିକଟରୁ ୬ଟି ଦେଶୀ ବନ୍ଧୁକ ଓ ୭ଟି ଅଫୁଟା ଗୁଳି ଜବତ ହୋଇଥିଲା । ଗୋଟିଏ ଚୋରି ମୋଟରସାଇକେଲ ଏବଂ କାର ମଧ୍ୟ ଜବତ କରାଯାଇଛି । ଏହି ଶିକ୍ଷିତ ଚୋର ନାମରେ ୧୮୦ଟି ମାମଲା ରହିଥିଲା । ଆସାମର ତେଜପୁରରେ ସେ ଯୁକ୍ତ୨ ପାଠ ପଢ଼ିବା ପରେ ୧୯୯୮ରେ ଅପରାଧ ଦୁନିଆରେ ପାଦ ଦେଇଥିଲା ।

ପୂର୍ବରୁ ଅନେକ ଥର ଗିରଫ ହୋଇ ଜେଲ ଯାଇଥିଲେ ମଧ୍ୟ ସେ ବଦଳି ନ ଥିଲା । ଅନୀଲ କିଛି ଦିନ କଂଟ୍ରାକ୍ଟର ଭାବେ ମଧ୍ୟ କାର୍ଯ୍ୟ କରିଥିଲା । ମାତ୍ର ଏଥିରେ ବି ଦୁର୍ନୀତି କରିବାରୁ ତାର ଲାଇସେନ୍ସ ରଦ୍ଦ ହୋଇଥିଲା । ଇଡି ତାର ଘର ଚଢ଼ାଉ କରି ସମ୍ପତି ଜବତ କରିବା ପରେ ସେ ପୁନର୍ବାର କାର ଚୋରୀକୁ ଓହ୍ଲାଇଥିଲା । ସୁଚିନ୍ତିତ ଯୋଜନା କରି କାର ଚୋରୀ କରିବା ପରେ ସେ ଏହାକୁ ତାର ନେଟୱର୍କ ମାଧ୍ୟମରେ ଅନ୍ୟ ରାଜ୍ୟକୁ ପଠାଇ ଦେଉଥିଲା ।

Leave A Reply

Your email address will not be published.