Latest Odisha News

BREAKING NEWS

ବିରଜା ପୀଠରେ ଦିଲ୍ଲୀ ଯୁବତୀଙ୍କୁ ଅସଦାଚରଣ, ଦୁଇ ଦୁର୍ବୃତ୍ତଙ୍କ ନା’ରେ ଅଭିଯୋଗ

ଯାଜପୁର: ଦଶରଥପୁର ଅଂଚଳରେ ଦିଲ୍ଲୀ ଯୁବତୀଙ୍କୁ ଅସଦାଚରଣ । ଏ ନେଇ ଥାନାରେ ଅଭିଯୋଗ ହୋଇଥିଲେ ମଧ୍ୟ ଅଭିଯୁକ୍ତଙ୍କୁ ଗିରଫ କରିବାରେ ବିଫଳ ହୋଇଛି ପୋଲିସ। ଯାଜପୁର ଜିଲ୍ଲା ଦଶରଥପୁର ଥାନା ତରାଙ୍ଗ ସାଗରପୁର ଗାଁର ତପସ୍ୱିନୀ ଦାଶ ତାଙ୍କ ବାପାଙ୍କ ଶ୍ରାଦ୍ଧ ପାଇଁ ଗାଁକୁ ଆସିଥିଲେ। ତପସ୍ୱନୀଙ୍କ ସହ ଦିଲ୍ଲୀରେ ରହୁଥିବା ତାଙ୍କ ବାନ୍ଧବୀ ମଧ୍ୟ ଓଡିଶା ଆସିଥିଲେ।

ଗତକାଲି ସନ୍ଧ୍ୟାରେ ସେମାନେ ଯାଜପୁରର ଅଧିଷ୍ଟାତ୍ରୀ ଦେବୀ ମା ବିରଜାଙ୍କ ଦର୍ଶନ କରିଥିଲେ। ବିରଜାଙ୍କ ଦର୍ଶନ ପରେ ସେମାନେ ଘରକୁ ଫେରିବା ବେଳେ ୨ଜଣ ଯୁବକ ଅନିଲ ଜେନା ଓ ନିତେଶ ଜେନା ତାଙ୍କୁ ଅସଦାଚରଣ କରିଥିଲେ। ତପସ୍ୱନୀ ଓ ତାଙ୍କ ବାନ୍ଧବୀଙ୍କୁ ସେମାନେ ଅସଭ୍ୟ ଭାଷା କହିବା ସହ ପିନ୍ଧିଥିବା ବସ୍ତ୍ରକୁ ଟଣା ଓଟରା କରିଥିବା ଅଭିଯୋଗ ହୋଇଛି।

ଅଭିଯୋଗ ପରେ ପୋଲିସ ଏହି ୨ ଅଭିଯୁକ୍ତଙ୍କୁ ଗିରଫ କରିନଥିବା ପୀଡିତା କହିଛନ୍ତି । ଏମାନେ ଫେରିବା ବେଳେ ସେମାନେ ମଦ୍ୟପାନ କରି ଅଭଦ୍ରାମୀ କରିଛନ୍ତି । ତେଣୁ ସେମାନଙ୍କୁ ଦଣ୍ଡ ମିଳିଲେ ଆଉ କେହି ଏମିତି କରିବେ ନାହିଁ ବୋଲି କୁହାଯାଇଛି । ଦିଲ୍ଲୀ ପୀଡିତାଙ୍କ କହିବାନୁସାରେ ଏଠାରେ ନ୍ୟାୟ ମିଳିବା ବିଳମ୍ବ ହେଉଛି । ପୋଲିସର ଶିଥିଳତା ପାଇଁ ଏଠାରେ ଅପରାଧ ଅଧିକ ହେଉଛି ବୋଲି ସେ କହିଛନ୍ତି ।

Comments are closed.