Latest Odisha News

BREAKING NEWS

ଦିଲ୍ଲୀରେ ବଢ଼ିଲା ପ୍ରଦୂଷଣ, ୨୬ ତାରିଖ ଯାଏ ନିର୍ମାଣ କାର୍ଯ୍ୟ ଉପରେ ନିଷେଧାଦେଶ

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀକୁ ଚିନ୍ତା ବଢ଼ାଇଲା ପ୍ରଦୂଷଣ । ପ୍ରଦୂଷଣର ମାତ୍ରା ବଢ଼ି ଚାଲିଥିବାରୁ ସରକାରଙ୍କ ଚିନ୍ତା ବି ବଢ଼ିଲାଣି । କିପରି କରିବେ ମୁକାବିଲା, କିପରି କମିବ ପ୍ରଦୂଷଣ ସେନେଇ ଚାଲିଛି ଘନ ଘନ ବୈଠକ । ଆଜି ଏନେଇ ଗୁରୁତ୍ବପୂର୍ଣ୍ଣ ବୈଠକରେ ସମୀକ୍ଷା କରିଛନ୍ତି ଦିଲ୍ଲୀ ସରକାର । ପ୍ରଦୂଷଣକୁ ହ୍ରାସ କରିବା ପାଇଁ ଆସନ୍ତା ୨୬ ତାରିଖ ପର୍ଯ୍ୟନ୍ତ ନିର୍ମାଣ କାର୍ଯ୍ୟ ଉପରେ ନିଷେଧାଦେଶ ବୃଦ୍ଧି କରାଯାଇଛି ।

ସେପଟେ ଦିଲ୍ଲୀରେ ବାୟୁ ଗୁଣବତ୍ତା ୩୪୯ ରହିଥିବା ନେଇ ସୂଚନା ଦେଇଛି କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ । ପବନର ବେଗ କମ ରହିଥିବାରୁ ପ୍ରଦୂଷଣ ହ୍ରାସ ପାଇବାର ନାଁ ନେଉନାହିଁ । ଆସନ୍ତା ଦୁଇ ଦିନ ଯାଏଁ ପ୍ରଦୂଷଣର ମାତ୍ରା ଥମିବାର ସମ୍ଭାବନା ନାହିଁ ବୋଲି ସୂଚନା ଦେଇଛି ପ୍ରଦୂଷଣ ବିଭାଗ । ସେହିପରି ୨୪ ତାରିଖରୁ ଶୀତ ବଢ଼ିବା ସହ ତାପମାତ୍ରା ହ୍ରାସ ପାଇବା ନେଇ ସୂଚନା ଦେଇଛି ପାଣିପାଗ ବିଭାଗ । ଯେଉଁଥିପାଇଁ ଦିଲ୍ଲୀରେ ପ୍ରଦୂଷଣ ଥମିବାର ସମ୍ଭାବନା ନଥିବା ଆଶଙ୍କା କରାଯାଉଛି । ରାଜଧାନୀ ଦିଲ୍ଲୀରେ ଦିନକୁ ଦିନ ପ୍ରଦୂଷଣ ବଢ଼ି ଚାଲିଥିବାରୁ ଆକ୍ତାମାକ୍ତା ଅବସ୍ଥାରେ ଦିନ କାଟୁଛନ୍ତି ଦିଲ୍ଲୀ ବାସୀ ।

Comments are closed.