Latest Odisha News

BREAKING NEWS

ଦିଲ୍ଲୀରେ ସପ୍ତାହାନ୍ତ କର୍ଫ୍ୟୁ ଶେଷ, ୫୦ ପ୍ରତିଶତ କ୍ଷମତା ସହ ଖୋଲିବ ସିନେମା ହଲ୍

ଦିଲ୍ଲୀ: ଦିଲ୍ଲୀରେ କରୋନା ସଂକ୍ରମଣ କମ୍ ହେବାରେ ଲାଗିଛି । ଏହି ମଧ୍ୟରେ ଦିଲ୍ଲୀ ସରକାର କିଛି ପ୍ରତିବନ୍ଧକକୁ ହଟାଇବାକୁ ନିଷ୍ପତ୍ତି ନେଇଛନ୍ତି । ରାଜଧାନୀ ଦିଲ୍ଲୀରେ ସପ୍ତାହାନ୍ତ କର୍ଫ୍ୟୁ ଉଠାଇ ଦିଆଯାଇଛି । ଏହା ବ୍ୟତୀତ ୫୦ ପ୍ରତିଶତ କ୍ଷମତା ସହ ସିନେମା ହଲ ଖୋଲିପାରିବ ।

ଦିଲ୍ଲୀ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ(DDMA) ଗୁରୁବାର ଦିନ କୋଭିଡ଼ ସଂକ୍ରମଣ ସଂଖ୍ୟା ହ୍ରାସ ପାଉଥିବା ବିଚାରକୁ ନେଇ ସପ୍ତାହକ କର୍ଫ୍ୟୁ ସହ କିଛି ପ୍ରତିବନ୍ଧକ ହ୍ରାସ କରିବାକୁ ନିଷ୍ପତ୍ତି ନିଆଯାଇଛି । ଆଗାମୀ ଘୋଷଣା ପର୍ଯ୍ୟନ୍ତ ରାତି କର୍ଫ୍ୟୁ ୧୦ଟାରୁ ୫ଟା ପର୍ଯ୍ୟନ୍ତ ଜାରି ରହିବ ।

ଡ଼ିଡ଼ିଏମଏ ନିଷ୍ପତ୍ତି ଅନୁଯାୟୀ,ଦିଲ୍ଲୀରେ ସପ୍ତାହାନ୍ତ କର୍ଫ୍ୟୁ ହଟାଇ ଦିଆଯାଇଛି । ଦିଲ୍ଲୀରେ ଏବେ ସୁଦ୍ଧା ଶୁକ୍ରବାର ରାତି ୧୦ଟାରୁ ସୋମବାର ସକାଳ ୫ଟା ପର୍ଯ୍ୟନ୍ତ ୱିକେଣ୍ଡ କର୍ଫ୍ୟୁ ଲାଗୁ ହୋଇଥିଲା । ବିବାହ ସମୟରେ ୨୦୦ ଲୋକ ଯୋଗ ଦେଇପାରିବେ । ଯାହାକି ବର୍ତ୍ତମାନ ପର୍ଯ୍ୟନ୍ତ ୧୫ଜଣଙ୍କୁ ଉପସ୍ଥିତ ରହିବାକୁ ଅନୁମତି ଦିଆଯାଇଥିଲା । ରେଷ୍ଟୁରାଣ୍ଟ ଓ ବାର୍ ୫୦ ପ୍ରତିଶତ କ୍ଷମତାରେ ଖୋଲିବ । ସିନେମା ହଲ ୫୦ ପ୍ରତିଶତ କ୍ଷମତାରେ ଖୋଲିବ । ସରକାରୀ କାର୍ଯ୍ୟାଳୟରେ ୫୦ ପ୍ରତିଶତ କର୍ମଚାରୀରେ ଖୋଲିପାରିବ ।

Comments are closed, but trackbacks and pingbacks are open.