Latest Odisha News

BREAKING NEWS

[ଭିଡିଓ] ଭଗବାନଙ୍କୁ ନେଇ ଶ୍ୱେତା ତିୱାରୀଙ୍କ ବିବାଦୀୟ ମନ୍ତବ୍ୟ, ତଦନ୍ତ ଆରମ୍ଭ

ଭୁବନେଶ୍ୱର: ବିବାଦ ଘେରରେ ଟେଲି କୁଇନ୍ ଶ୍ୱେତା ତିୱାରୀ । ନିକଟରେ ଏହି ଅଭିନେତ୍ରୀ ଜଣକ ନିଜ ଅପକମିଂ ୱେବ୍ ସିରିଜ୍ ସୋ ଷ୍ଟପରର ପ୍ରମୋଶନ୍ ପାଇଁ ଭୋପାଳ ଯାଇଥିଲେ । ସେହି ଅବସରରେ ଶ୍ୱେତା କିଛି ଏପରି ମନ୍ତବ୍ୟ ଦେଇଥିଲେ, ଯାହା ପାଇଁ ପୋଲିସ ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି ।

ସୋ’ର ପ୍ରମୋଶନରେ ଶ୍ୱେତାଙ୍କ ସହ ରୋହିତ ରୟ, ସୌରଭ ରାଜ ଜୈନ ଓ ଦିଗାଙ୍ଗନା ସୂର୍ଯ୍ୟବଂଶୀଙ୍କ ଭଳି ଜଣାଶୁଣା କଳାକାର ଏକାଠି ଭୋପାଳରେ ପହଂଚିଥିଲେ । ପ୍ରେସ୍ କନଫେରେନ୍ସ ଅବସରରେ ସମସ୍ତେ ଏକାଠି ବସିଥିଲାବେଳେ ହଠାତ୍ ନିଜ ଅନ୍ତବସ୍ତ୍ରକୁ ନେଇ ଭଗବାନଙ୍କୁ ଯୋଡି ଏହି ଅଭିନେତ୍ରୀ ଜଣକ ଏକ ବିବାଦୀୟ ମନ୍ତବ୍ୟ ଦେଇ ହସିବାକୁ ଲାଗିଥିଲେ ।

ଭିଡିଓଟି ବହୁଳ ଭାବେ ଭାଇରାଲ୍ ହେବା ପରେ ଭୋପାଳର ଗୃହମନ୍ତ୍ରୀ ନରୋତ୍ତମ ମିଶ୍ର ତଦନ୍ତ ପାଇଁ ପୋଲିସକୁ ନିର୍ଦ୍ଦେଶ ଦେଇଥିବା ଜଣାପଡିଛି । ତେବେ ବିବାଦ ସହ ଶ୍ୱେତାଙ୍କର ବହୁ ପୁରୁଣା ସମ୍ପର୍କ ରହିଛି । ଗତବର୍ଷ “ଖତରୋଁ କେ ଖିଲାଡୀ” ନାମକ ଏକ ସୋ’ରେ ଭାଗ ନେବା ପାଇଁ ଶ୍ୱେତା ସାଉଥ୍ ଆଫ୍ରିକାରେ ପହଂଚିଥିଲେ । ସେହି ସମୟରେ ସେ ନିଜ ପୁଅକୁ ଘରେ ଏକାକି ଛାଡି ଆସିଥିବା ନେଇ ତାଙ୍କ ପୂର୍ବତନ ସ୍ୱାମୀ ଅଭିନବ କୋହଲି ଆଭିଯୋଗ ଆଣିଥିଲେ । ତେବେ ଶ୍ୱେତା ନିଜ ପୁଅକୁ ତାଙ୍କ ମା ନିକଟରେ ସୁରକ୍ଷିତ ଛାଡିଥିବା କହି ଏପରି ଅଭିଯୋଗକୁ ଖଣ୍ଡନ କରିଥିଲେ ।

Comments are closed, but trackbacks and pingbacks are open.