Latest Odisha News

ଦିଲ୍ଲୀରେ ବଢିଲା ଲକ୍‌ଡାଉନ୍ ଅବଧି; ଆସନ୍ତାକାଲିଠୁ ମେଟ୍ରୋ ସେବା ବନ୍ଦ

ନୂଆଦିଲ୍ଲୀ: ଦେଶରେ କରୋନା ସ୍ଥିତି ସଙ୍କଟାପନ୍ନ ରହିଥିବା ବିଭିନ୍ନ ରାଜ୍ୟ ଏବେ ସଂକ୍ରମଣ ଶୃଙ୍ଖଳା ଭାଙ୍ଗିବା ପାଇଁ ଲକ୍‌ଡାଉନ୍‌ ଅବଧିକୁ ବୃଦ୍ଧି କରୁଛନ୍ତି।

କରୋନା ପରିସ୍ଥିତିକୁ ଦୃଷ୍ଟିରେ ରଖି ଦିଲ୍ଲୀ ସରକାର ରବିବାର ଦିନ ପୂର୍ବରୁ ଲାଗୁ ହୋଇଥିବା ଲକଡାଉନକୁ ଆଉ ଏକ ସପ୍ତାହ ପାଇଁ ବୃଦ୍ଧି କରିଛନ୍ତି। ମେ ୧୭ ପର୍ଯ୍ୟନ୍ତ ଏହି ପ୍ରତିବନ୍ଧକ ଲାଗୁ ହେବ। ଏହି ସମୟରେ ସମସ୍ତ କଟକଣାକୁ କଠୋର ଭାବେ ପାଳନ କରିବାକୁ କହିଛନ୍ତି ମୁଖ୍ୟମନ୍ତ୍ରୀ।

ଏହାସହିତ ଏହି ଅବଧି ମଧ୍ୟରେ ମେଟ୍ରୋ ସେବା ବନ୍ଦ ରହିବ ବୋଲି ମଧ୍ୟ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଘୋଷଣା କରିଛନ୍ତି।

Comments are closed.