Latest Odisha News

ମହାକୁମ୍ଭ ବୁଲାଇବାକୁ ନେଇ ପତ୍ନୀଙ୍କୁ ହତ୍ୟା କଲେ… 

ପ୍ରୟାଗରାଜ: ଦିଲ୍ଲୀର ଜଣେ ୪୮ ବର୍ଷୀୟ ବ୍ୟକ୍ତି ସାଙ୍ଗରେ ପତ୍ନୀଙ୍କୁ ଧରି ଗଙ୍ଗା ସ୍ନାନ ପାଇଁ ମହାକୁମ୍ଭ ଯାଇଥିଲେ। କିନ୍ତୁ ପରେ ଘରକୁ ଏକାକୀ ଫେରିବା ସହ ପତ୍ନୀ କୁମ୍ଭ ମେଳାରେ ହଜିଯାଇଥିବା ପରିବାର ଲୋକଙ୍କୁ କହିଥିଲେ।

ସେ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟରେ ମହାକୁମ୍ଭ ସ୍ନାନର ଅନେକ ଭିଡିଓ ମଧ୍ୟ ଅପଲୋଡ୍ କରିଥିଲେ। ଏହାପରେ ତାଙ୍କ ପୁଅ ଅଶ୍ୱିନ ମା’ଙ୍କୁ ଖୋଜିବାକୁ ପ୍ରୟାଗରାଜ ଆସିଥିଲେ। ପୋଲିସ ସହ କଥାବାର୍ତ୍ତା ହେବା ପରେ ସତ ଘଟଣା ସାମ୍ନାକୁ ଆସିଥିଲା।

ଅଭିଯୁକ୍ତ ଜଣକ ଦିଲ୍ଲୀର ତ୍ରିଲୋକପୁରୀର ବାସିନ୍ଦା ଅଶୋକ କୁମାର ବୋଲି ଚିହ୍ନଟ ହୋଇଛି। ଦିଲ୍ଲୀ ମ୍ୟୁନିସିପାଲ୍ କର୍ପୋରେସନରେ ଜଣେ ସଫେଇ କର୍ମଚାରୀ ଭାବେ କାର୍ଯ୍ୟରତ ଥିଲେ। ପୋଲିସର ସୂଚନା ଅନୁଯାୟୀ ପତ୍ନୀଙ୍କ ସହ ଅଶୋକଙ୍କ ଭଲ ସମ୍ପର୍କ ରଖିନଥିଲା। କାରଣ ସେ ଅନ୍ୟ ମହିଳାଙ୍କ ସମ୍ପର୍କରେ ଥିଲେ। ଯେଉଁଥିପାଇଁ ଅଶୋକ ତାଙ୍କୁ ହତ୍ୟା କରିବାକୁ ଯୋଜନା କରିଥିଲେ । ତଦନୁସାରେ ଅଶୋକ ମୀନାକ୍ଷୀଙ୍କୁ ନେଇ ଫେବ୍ରୁଆରୀ ୧୭ରେ ମହାକୁମ୍ଭ ବାହାରିଥିଲେ। ସେଦିନ ରାତିରେ ଦୁହେଁ ସଙ୍ଗମରେ ବୁଡ଼ ପକାଇଥିଲେ। ପରେ ହୋଟେଲ ଯାଇ ପତ୍ନୀଙ୍କୁ ହତ୍ଯା କରିଥିଲେ। ଫେବ୍ରୁଆରୀ ୧୮ ତାରିଖରେ ଏହି ଅମାନୁଷିକ କାଣ୍ଡ ଘଟିଥିଲା ।

ଏହି ଘଟଣାରେ ପୋଲିସ ତାଙ୍କୁ ଗିରଫ କରିଛି। ତେବେ ତାଙ୍କ ବିରୁଦ୍ଧରେ ହତ୍ୟା ଏବଂ ପ୍ରମାଣ ନଷ୍ଟ କରିବାର ଅଭିଯୋଗ ଆସିଛି।

Comments are closed.