ନୂଆଦିଲ୍ଲୀ: ଦିଲ୍ଲୀର ମୋଜପୁରରେ ସୋମବାର ୮ ରାଉଣ୍ଡ ଗୁଳି ଚଳାଇଥିବା ଯୁବକକୁ ପୋଲିସ ଗିରଫ କରିଛି । ଅଭିଯୁକ୍ତ ଜଣକ ସ୍ଥାନୀୟ ବାସିନ୍ଦା ହୋଇଥିବା ବେଳେ ତା’ ନାଁ ଶାହାରୁଖ ବୋଲି ଜଣାପଡିଛି ।
ସୋମବାର ମୋଜପୁରରେ ସିଏଏ ସମର୍ଥକ ଏବଂ ବିରୋଧୀଙ୍କ ମୁହାଁମୁହିଁ ହୋଇଥିଲେ । ଏହାର ଭିଡିଓ ସାମ୍ନାକୁ ଆସିଥିଲା । ଯେଉଁଥିରେ ଉକ୍ତ ଯୁବକ ହାତରେ ବନ୍ଧୁକ ଧରି ଗୁଳି କରୁଥିବା ଦେଖିବାକୁ ମିଳିଥିଲା । ଏହି ଫାୟାରିଙ୍ଗ ମୋଜପୁରରୁ ଜାଫରାବାଦ ସଡକ ଉପରେ ହୋଇଥିଲା । ଉକ୍ତ ଯୁବକ ଜଣକ ପୋଲିସ ଆଗରେ ହିଁ ୮ ରାଉଣ୍ଡ ଗୁଳି ଫୁଟାଇଥିଲା । ପୋଲିସ କର୍ମଚାରୀ ଯୁବକକୁ ରୋକିବାକୁ ଚେଷ୍ଠା କରିଥିଲେ ମଧ୍ୟ ସେ ଶୁଣିନଥିଲା ।
ନାଗରିକତା ସଂଶୋଧନ ଆଇନ (ସିଏଏ)କୁ ନେଇ ସୋମବାର ଦୁଇ ଦଳ ସମର୍ଥନ ଓ ବିରୋଧୀଙ୍କ ମଧ୍ୟରେ ପଥରମାଡ ହୋଇଥିଲା । ବିକ୍ଷୋଭାକରୀମାନେ ଅନେକ ଗାଡିରେ ନିଆଁ ଲଗାଇଦେଇଥିଲେ । ଏଥିରେ ଜଣେ ହେଡ୍ କନଷ୍ଟେବଳ ଏବଂ ୩ ଜଣ ନାଗରିକଙ୍କ ମୃତ୍ୟୁ ମଧ୍ୟ ହୋଇଥିଲା । ପରିସ୍ଥିତିକୁ ଦେଖି ଉକ୍ତ ସ୍ଥାନରେ ସୁରକ୍ଷା ବଢ଼ାଇ ଦିଆଯାଇଛି । ତେବେ ଆଜି ମଧ୍ୟ ଦିଲ୍ଲୀରେ ଏହି ସିଏଏ ବିରୋଧୀ ନିଆଁ ଉଗ୍ର ରୂପ ନେଇଛି । ମୃତ୍ୟୁ ସଂଖ୍ୟା ୭କୁ ବୃଦ୍ଧି ହୋଇଥିବା ଜଣାପଡିିଛି ।
BREAKING NEWS
- ୩୩ ଜଣ ମାଓବାଦୀ ଆତ୍ମସମର୍ପଣ, ମାଓ ଡମ୍ପରୁ ୭କିଲୋ ସୁନା ସହ ୧୪ କୋଟିରୁ ଊର୍ଦ୍ଧ୍ବ…
- କାର୍ଯ୍ୟରେ ଅବହେଳା ଯୋଗୁଁ ସୁବର୍ଣ୍ଣପୁର ଡିଆରସିଏସ ନିଲମ୍ବିତ, ସୋନପୁର ଏଆସିଏସଙ୍କୁ ଅତିରିକ୍ତ ଦାୟିତ୍ୱ
- ଆଇଏଏସ ସ୍ତରରେ ଅଦଳବଦଳ, ଜାଣନ୍ତୁ କାହାକୁ ମିଳିଲା କେଉଁ ଦାୟିତ୍ବ…
- ଅବସର କେବେ ନେବେ କହିଲେ ସାମୀ
- ଆନ୍ତର୍ଜାତୀୟ ହକିରୁ ଅବସର ଘୋଷଣା କଲେ ମିଷ୍ଟର ବ୍ୟାକହ୍ୟାଣ୍ଡ
- ୫ ଲକ୍ଷ ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ପୋଲିସ ହାଉସିଂ ଡେପୁଟି ମ୍ୟାନେଜର
- ଭୁବନେଶ୍ୱର ନିୟୁ ସିଟି ମାଷ୍ଟରପ୍ଲାନ୍ ପାଇଁ ଚୁକ୍ତି ସ୍ୱାକ୍ଷରିତ
- ଏପ୍ରିଲ ୧ରୁ ବଦଳିବ ନନ୍ଦନକାନନର ସମୟ ନିର୍ଘଣ୍ଟ, ପ୍ରତି ସୋମବାର ବନ୍ଦ ରହିବ ଉଭୟ ଉଦ୍ୟାନ
- ସରେଣ୍ଡର କଲେ ଦୁଇ ହାର୍ଡକୋର ମାଓବାଦୀ
- ଜୁନ ୨୬ରେ ଟିମ ଇଣ୍ଡିଆ ପକ୍ଷରୁ ପଦାର୍ପଣ ମ୍ୟାଚ ଖେଳି ପାରନ୍ତି ବୈଭବ
Comments are closed.