ନୂଆଦିଲ୍ଲୀ: ଦିଲ୍ଲୀର ମୋଜପୁରରେ ସୋମବାର ୮ ରାଉଣ୍ଡ ଗୁଳି ଚଳାଇଥିବା ଯୁବକକୁ ପୋଲିସ ଗିରଫ କରିଛି । ଅଭିଯୁକ୍ତ ଜଣକ ସ୍ଥାନୀୟ ବାସିନ୍ଦା ହୋଇଥିବା ବେଳେ ତା’ ନାଁ ଶାହାରୁଖ ବୋଲି ଜଣାପଡିଛି ।
ସୋମବାର ମୋଜପୁରରେ ସିଏଏ ସମର୍ଥକ ଏବଂ ବିରୋଧୀଙ୍କ ମୁହାଁମୁହିଁ ହୋଇଥିଲେ । ଏହାର ଭିଡିଓ ସାମ୍ନାକୁ ଆସିଥିଲା । ଯେଉଁଥିରେ ଉକ୍ତ ଯୁବକ ହାତରେ ବନ୍ଧୁକ ଧରି ଗୁଳି କରୁଥିବା ଦେଖିବାକୁ ମିଳିଥିଲା । ଏହି ଫାୟାରିଙ୍ଗ ମୋଜପୁରରୁ ଜାଫରାବାଦ ସଡକ ଉପରେ ହୋଇଥିଲା । ଉକ୍ତ ଯୁବକ ଜଣକ ପୋଲିସ ଆଗରେ ହିଁ ୮ ରାଉଣ୍ଡ ଗୁଳି ଫୁଟାଇଥିଲା । ପୋଲିସ କର୍ମଚାରୀ ଯୁବକକୁ ରୋକିବାକୁ ଚେଷ୍ଠା କରିଥିଲେ ମଧ୍ୟ ସେ ଶୁଣିନଥିଲା ।
ନାଗରିକତା ସଂଶୋଧନ ଆଇନ (ସିଏଏ)କୁ ନେଇ ସୋମବାର ଦୁଇ ଦଳ ସମର୍ଥନ ଓ ବିରୋଧୀଙ୍କ ମଧ୍ୟରେ ପଥରମାଡ ହୋଇଥିଲା । ବିକ୍ଷୋଭାକରୀମାନେ ଅନେକ ଗାଡିରେ ନିଆଁ ଲଗାଇଦେଇଥିଲେ । ଏଥିରେ ଜଣେ ହେଡ୍ କନଷ୍ଟେବଳ ଏବଂ ୩ ଜଣ ନାଗରିକଙ୍କ ମୃତ୍ୟୁ ମଧ୍ୟ ହୋଇଥିଲା । ପରିସ୍ଥିତିକୁ ଦେଖି ଉକ୍ତ ସ୍ଥାନରେ ସୁରକ୍ଷା ବଢ଼ାଇ ଦିଆଯାଇଛି । ତେବେ ଆଜି ମଧ୍ୟ ଦିଲ୍ଲୀରେ ଏହି ସିଏଏ ବିରୋଧୀ ନିଆଁ ଉଗ୍ର ରୂପ ନେଇଛି । ମୃତ୍ୟୁ ସଂଖ୍ୟା ୭କୁ ବୃଦ୍ଧି ହୋଇଥିବା ଜଣାପଡିିଛି ।
BREAKING NEWS
- ହିରୋ ପାଇଲଟ୍ ସ୍ମିତ ମଛାରଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
- ଦୁର୍ବଳ ହୋଇ ଗଭୀର ଅବପାତରେ ପରିଣତ ହେଲା ‘ଅର୍ଣ୍ଣବ
- ମାଗଣା ଶିକ୍ଷାଦାନ ଯୋଜନା; UG ଛାତ୍ରଛାତ୍ରୀଙ୍କୁ ୬୯ କୋଟି ଫେରାଇଲେ ସରକାର…
- କିଟ୍ ଓ ଇନ୍ଦିରା ଗାନ୍ଧୀ ଜାତୀୟ କଳା କେନ୍ଦ୍ର ମଧ୍ୟରେ MoU ସ୍ଵାକ୍ଷରିତ
- ବେଦାନ୍ତ ଆଲୁମିନିୟମର ଦ୍ୱିତୀୟ ତ୍ରୈମାସିକ ଫଳାଫଳ ଘୋଷଣା: ଲାଭ ଦୁଇଗୁଣରୁ ଅଧିକ ବୃଦ୍ଧି ପାଇ ୬,୧୮୭ କୋଟି
- ବାତ୍ୟା ମୁକାବିଲା ପାଇଁ ସରକାରଙ୍କ ଜିରୋ କାଜୁଆଲିଟି ଲକ୍ଷ୍ୟ ହାସଲ
- ଜାପାନରେ ବଦଳୁଛି ଶତାବ୍ଦୀର ପୁରୁଣା ଅନ୍ତିମ ସଂସ୍କାର ପରମ୍ପରା: ଗଛ ତଳେ ପୋତାଯାଉଛି ଅସ୍ଥି
- ୨୦୨୭ ସୁଦ୍ଧା ଭୁବନେଶ୍ୱରରେ ହେବ ୩୨,୦୦୦ ପିଏନଜି ଗ୍ୟାସ ସଂଯୋଗ: ସାଂସଦ ଅପରାଜିତା ଷଡ଼ଙ୍ଗୀ
- ବାତ୍ୟା ପରେ ଡରାଉଛି ଆଉ ଏକ ଲଘୁଚାପ…
- ଓଡ଼ିଶାର ୫ ସହରରେ ବାୟୁ ପ୍ରଦୂଷଣ ଚିନ୍ତାଜନକ, ୩୦୦ ପାର୍ କରୁଛି ଏକ୍ୟୁଆଇ

Comments are closed.