Latest Odisha News

BREAKING NEWS

କୋଟିପତି ଚୋରକୁ କାବୁ କଲା ଦିଲ୍ଲୀ ପୋଲିସ: ୨୫ ବର୍ଷରେ କମାଇଛି କୋଟି କୋଟି ସମ୍ପତ୍ତି

ଦିଲ୍ଲୀ : ଆଜି ଦିଲ୍ଲୀ ପୋଲିସ ଏପରି ଏକ ଚୋରକୁ କାବୁ କରିଛି , ଯାହା ବିଷୟରେ ଜାଣିଲେ ଆପଣମାନେ ଆଶ୍ଚର୍ଯ୍ୟ ହୋଇଯିବେ । ୨୫ ବର୍ଷ ହେବ ସେ ଚୋରି କରିଆସୁଛି । ବର୍ତ୍ତମାନ ପର୍ଯ୍ୟନ୍ତ ସେ ଦିଲ୍ଲୀରୁ ଆରମ୍ଭ କରି ନେପାଳ ପର୍ଯ୍ୟନ୍ତ କୋଟି କୋଟି ସମ୍ପତ୍ତି ଅର୍ଜନ କରିଛି । ଅଭିଯୁକ୍ତଙ୍କ ପରିବାର ଉତ୍ତର ପ୍ରଦେଶର ହୋଇଥିବାବେଳେ ବର୍ତ୍ତମାନ ନେପାଳକୁ ସ୍ଥାନାନ୍ତର ହୋଇଥିବା ଜଣାପଡିଛି । ତେବେ ଏହି ଅଭିଯୁକ୍ତ ଜଣକ ମନୋଜ ଚୌବି ବୋଲି ଜଣାପଡିଛି ।

ଚୋରି କରି କୋଟି କୋଟି ସମ୍ପତ୍ତିର ମାଲିକ ହୋଇଥିବା ମନୋଜକୁ ଦିଲ୍ଲୀ ପୋଲିସ ଗିରଫ କରିଛି । ଏହି ଅଭିଯୁକ୍ତ ଦିଲ୍ଲୀରେ ୨୦୦ଟି ଚୋରିକୁ ଏକକ ଭାବରେ କରିଥିଲା । ତେଣୁ ତାକୁ ବିଭିନ୍ନ ମାମଲାରେ ୯ଥର ଗିରଫ କରାଯାଇଥିଲା । କିନ୍ତୁ ପରିବାର ପକ୍ଷରୁ ଏ ନେଇ କୌଣସି ସୂଚନା ମିଳିନାହିଁ ।

ପୋଲିସର କହିବା ମୁତାବକ ସିଦ୍ଧାର୍ଥ ନଗରରେ ଅଭିଯୁକ୍ତ ତାଙ୍କ ପତ୍ନୀଙ୍କ ନାଁରେ ଏକ ଗେଷ୍ଟହାଉସ୍ ଏବଂ ନିଜ ନାଁରେ ନେପାଳରେ ଏକ ହୋଟେଲ ଖୋଲିଥିଲା । ୨୦୦୧ ରୁ ୨୦୨୩ ମସିହା ମଧ୍ୟରେ ଅଭିଯୁକ୍ତ ନାଁରେ ୧୫ଟି ଅପରାଧିକ ମାମଲା ପଞ୍ଜିକୃତ ହୋଇଥିବା ସୂଚନା ମିଳିଛି ।

Leave A Reply

Your email address will not be published.