Latest Odisha News

ଚାଲାଣ କାଟିବାକୁ ଯିବାବେଳେ ପୋଲିସ ଗାଡିକୁ ଧକ୍କା ଦେଲା ଏସୟୁଭି ଡ୍ରାଇଭର: ୨ ମୃତ

ଯୋଧପୁର: ରାଜସ୍ଥାନ ଯୋଧପୁରରେ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି  ।  ଯେତେବେଳେ ପୋଲିସ ଚାଲାଣ କାଟିବାକୁ ଯାଇଛି , ସେତେବେଳେ ଜଣେ ଏସୟୁଭି ଡ୍ରାଇଭର ସେଠାରୁ ଫେରାର ହୋଇଯାଇଥିଲା । କିନ୍ତୁ କିଛି ଦୂର ଯିବା ପରେ ସେ ଏକ ୟୁଟର୍ଣ୍ଣ ନେଇ ଭୁଲ ପାର୍ଶ୍ବରୁ ୧୨ କିଲୋମିଟର ଦ୍ରୁତ ଗତିରେ ଆସି ପୋଲିସ ଗାଡିକୁ ଧକ୍କା ଦେଇଛି । ଫଳରେ ଏହି ଘଟଣାରେ ପୋଲିସ ଏଏସଆଇଙ୍କର ମୃତ୍ୟୁ ଘଟିଛି  । ମୃତ ପୋଲିସ ଏଏସଆଇ ଜଣକ  ଭଓ୍ବରଲାଲ ବିଶୋଂଇ ହୋଇଥିବା ଜଣାପଡିଛି ।

ଟ୍ରାଫିକ ପୋଲିସ ଏସୟୁଭି ଡ୍ରାଇଭର ଜଣଙ୍କୁ  ଅଟକାଇବା ପରେ ସେ ଏତେ ରାଗି ଯାଇଥିଲା ଯେ ଜଣେ ଏଏସଆଇଙ୍କୁ ଧକ୍କା ଦେଇ ହତ୍ୟା କରିବାକୁ ପଛାଇନଥିଲା । ଦୁର୍ଘଟଣାରେ କେବଳ ପୋଲିସ ଏଏସଆଇ ନୁହଁନ୍ତି , ଡ୍ରାଇଭର ଜଣଙ୍କର ବି ମୃତ୍ୟୁ ଘଟିଛି  । ଜଣେ କନେଷ୍ଟବଳ ମଧ୍ୟ ଏଥିରେ ଗୁରୁତର ହୋଇଥିବା ସୂଚନା ମିଳିଛି  । ଘଟଣା ଘଟିବା ପରେ ପୋଲିସ ଗାଡିଟି ସମ୍ପୂର୍ଣ୍ଣ ଭାବେ ଭାଙ୍ଗି ଚୂରମାର ହୋଇଯାଇଛି ।

ତେବେ ଏହି ଘଟଣାଟି ଗତକାଲି ସନ୍ଧ୍ୟା ୬ଟା ୩୦ ସମୟରେ କରବଡ ଥାନା ଅଞ୍ଚଳରେ ଥିବା ଯୋଧପୁର-ନାଗୌର ରାଜପଥରେ ଘଟିଛି  । ଡ୍ରାଇଭର ଜଣକ ଗାଡି ଚଲାଉଥିବା ସମୟରେ ମଦପିଇ ଫୋନରେ କାହାସହ ଯୁକ୍ତିତର୍କ କରୁଥିବା ଜଣାପଡିଛି । ଏହି ସମୟରେ ଯେତେବେଳେ ପୋଲିସ କର୍ମଚାରୀ ମାନେ ଚାଲାଣ କାଟିବା ଲାଗି ବାହାରିଥିଲେ ତ ସେତେବେଳେ ଡ୍ରାଇଭର ଜଣକ ଏଭଳି ଘଟଣା ଘଟାଇଥିଲା । ଫଳରେ ଘଟଣାସ୍ଥଳରେ ମୃତ ଡ୍ରାଇଭର ଜାଲସୁ ନାନକ ଏବଂ ପୋଲିସ ଏଏସଆଇ ଭଓ୍ବରଲାଲ ବିଶୋଂଇଙ୍କର ମୃତ୍ୟୁ ଘଟିଛି ।

Leave A Reply

Your email address will not be published.