Latest Odisha News

କରୋନା ସଂକ୍ରମଣରେ ଚୀନକୁ ଟପିଯିବ ଦିଲ୍ଲୀ-ଏନସିଆର୍

ଦିଲ୍ଲୀ: ପ୍ରଦିତିନ ହଜାର ହଜାର ନୂଆ କରୋନା କେସ ସାମନାକୁ ଆସୁଛି । ଦିଲ୍ଲୀର କରୋନା ଗ୍ରାଫ ଦର୍ଶାଉଛି ବିଶ୍ୱରେ ୧୬୭ ଦେଶର ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ଯେତିକି କେବଳ ଦିଲ୍ଲୀ ଓ ଏହାର ଆଖପାଖ ଅଞ୍ଚଳରୁ ବାହାରିଛନ୍ତି ତାଠୁ ଅଧିକ ଆକ୍ରାନ୍ତ । ହନ୍ ହପକିଙ୍ଗସ ବିଶ୍ୱବିଦ୍ୟାଳୟ ରିପୋର୍ଟ ଏହି ତଥ୍ୟ ଦର୍ଶାଉଛି ।

ଜୁନ୍ ୨୩ ତାରିଖ ଭିତରେ ଦିଲ୍ଲୀ-ଏନସିଆରରେ କରୋନା ୨ ହଜାର ୫୮୪ ଲୋକଙ୍କ ଜୀବନ ନେଇଥିଲା । ଯାହାକି ସାରା ଦୁନିଆର ୧୬୦ ଦେଶଠାରୁ ବି ଅଧିକ । ସେହିପରି ସଂକ୍ରମିତ ସଂଖ୍ୟାରେ ଆଉ କିଛି ଦିନ ଭିତରେ ଚୀନକୁ ବି ଟପିଯିବ ଦିଲ୍ଲୀ-ଏନସିଆର । ବର୍ତ୍ତମାନ ଦିଲ୍ଲୀ- ଏନସିଆରରେ ପାଖାପାଖି ୮୨ ହଜାର ଲୋକ ସଂକ୍ରମିତ ହୋଇଛନ୍ତି । ଯେଉଁଠି ଚୀନରେ ପଜିଟିଭ୍ ସଂଖ୍ୟା ରହିଛି ୮୩ ହଜାର ୪୬୨ ।

କେବଳ ଦିଲ୍ଲୀରେ ୭୦ ହଜାର କରୋନା କେସ୍ ରହିଛି । ଯାହାକି ଏନସିଆରର ମୋଟ୍ ସଂକ୍ରମିତଙ୍କ ୮୬ ପ୍ରତିଶତରୁ ଅଧିକ । ସେହିପରି ଏନସିଆର ମୃତ୍ୟୁ ସଂଖ୍ୟାର ମୋଟ୍ ମୃତ୍ୟୁ ସଂଖ୍ୟାର ୯୧.୫ ପ୍ରତିଶତ କେବଳ ଦିଲ୍ଲୀର ଅଛନ୍ତି ।

Leave A Reply

Your email address will not be published.