Latest Odisha News

ଦିଲ୍ଲୀରେ ଅସମ୍ଭାଳ ପ୍ରଦୂଷଣ: ଆଜିଠୁ ଅଡ୍-ଇଭନ୍ ନିୟମ ଲାଗୁ

ନୂଆଦିଲ୍ଲୀ: ନୂଆଦିଲ୍ଲୀରେ ପ୍ରଦୂଷଣ ମାତ୍ରା ଅସମ୍ଭାଳ ହୋଇଥିବା ବେଳେ ସୋମବାର ଠାରୁ ଅଡ୍-ଇଭନ୍ ଗାଡି ଚଳାଚଳ ହେବା ନେଇ କେଜ୍ରିୱାଲ୍ ସରକାର ନିର୍ଦ୍ଦେଶ ଦେଇଛନ୍ତି । ଏହାକୁ ନେଇ ଦିଲ୍ଲୀର ବିଭିନ୍ନ ସ୍ଥାନରେ ୨୦୦ରୁ ଅଧିକ ଟ୍ରାଫି୍ ପୋଲିସ ସଜାଗ ହୋଇ ରହିଛନ୍ତି ।

ପ୍ରାପ୍ତ ସୂଚନାନୁଯାୟୀ ଏହି ନିୟମ ଆସନ୍ତା ନଭେମ୍ବର ୧୫ ତାରିଖ ଯାଏଁ ଲାଗୁ ରହିବ । ଆହୁରି ମଧ୍ୟ ନିୟମ ଉଲଂଘନ କଲେ ସମ୍ପୃକ୍ତ ଗାଡି ଚାଳକଙ୍କ ଠାରୁ ପ୍ରାୟ ୪ ହଜାର ଟଙ୍କା ଜୋରିମାନା ରୂପେ ଆଦାୟ କରାଯିବ ।

ଏହାବ୍ୟତିତ ଆଜି ସକାଳ ୭ଟା ସୁଦ୍ଧା ଦିଲ୍ଲୀର ଏୟାର କ୍ୱାଲିଟି ଇଣ୍ଡେକ୍ସ ୭୦୮ ରେକର୍ଡ କରାଯାଇଛି ।

ଉଲ୍ଲେଖଯୋଗ୍ୟ, ଦିଲ୍ଲୀ-ଏନସିଆର୍ ଅଞ୍ଚଳରେ ଗତ ଦୀପାବଳି ପରଠାରୁ ପ୍ରଦୂଷଣର ମାତ୍ରା ସର୍ବାଧିକ ରହିଛି । ଏପରିକି ପ୍ରଦୂଷଣ ଯୋଗୁଁ ସାଧାରଣରେ ନିଶ୍ୱାସ ପ୍ରଶ୍ୱାସ ନେବା ମଧ୍ୟ କଷ୍ଟକର ହୋଇପଡିଛି ।

Comments are closed.