Latest Odisha News

ରାଜଧାନୀରେ ଶିଖର ଛୁଇଁଲାଣି କରୋନା

ନୂଆଦିଲ୍ଲୀ: ଦିଲ୍ଲୀରେ କରୋନା ପିକ୍‌ରେ ପହଞ୍ଚିବା ପରେ ବର୍ତ୍ତମାନ ମାମଲା ହ୍ରାସ ପାଇବାରେ ଲାଗିଛି। ଦିଲ୍ଲୀର ସ୍ୱାସ୍ଥ୍ୟମନ୍ତ୍ରୀ ଏନେଇ ଶନିବାର ସୂଚନା ଦେିଛନ୍ତି। ଗତକାଲି ଦିଲ୍ଲୀରେ କରୋନା ମାମଲା ପୂର୍ବ ଦିନ ଅପେକ୍ଷା କମ୍ ଥିଲା। ଦିଲ୍ଲୀରେ କରୋନା ମାମଲା ଚରମ ସୀମାରେ ପହଞ୍ଚିଛି, କିନ୍ତୁ ଗତକାଲି ଠାରୁ ଏହି ମାମଲାରେ ହ୍ରାସ ଘଟିଥିବା ଦେଖିବାକୁ ମିଳିଛି।

ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି ଯେ ଆଜି ଦିଲ୍ଲୀରେ କୋଭିଡ ମାମଲାରେ ୪,୦୦୦ ହ୍ରାସ ହେବା ଏକ ଆଶ୍ବସ୍ତିକର ଖବର। ପଜିଟିଭିଟି ହାର ପ୍ରାୟ ୩୦% ରହିଛି। ଗତ ୫ରୁ ୬ ଦିନ ମଧ୍ୟରେ ଡାକ୍ତରଖାନାରେ ଭର୍ତ୍ତି ହେବା ହାର ମଧ୍ୟ କମିଛି। ଏହା ଏକ ସୂଚକ ଯେ ଆଗାମୀ ଦିନରେ ମାମଲାଗୁଡ଼ିକ ଆହୁରି ହ୍ରାସ ହେବାକୁ ଯାଉଛି। ହସ୍ପିଟାଲର ୮୫% ଶଯ୍ୟା ଖାଲି ଅଛି।

Comments are closed.