Latest Odisha News

BREAKING NEWS

ଦିଲ୍ଲୀରେ ଶସ୍ତା ହେଲା ପେଟ୍ରୋଲ , ଲିଟର ପିଛା ୮ ଟଙ୍କା ହ୍ରାସ କଲେ ସରକାର

ଦିଲ୍ଲୀ : ରାଜଧାନୀରେ ଶସ୍ତା ହେଲା ପେଟ୍ରୋଲ । ପେଟ୍ରୋଲ ଭାଟ୍ କମାଇଲେ ଦିଲ୍ଲୀ ସରକାର । ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ୮ ଟଙ୍କା ସସ୍ତା ହୋଇଛି ବୋଲି ଜଣାପଡିଛି । ବୁଧବାର ହୋଇଥିବା କ୍ୟାବିନେଟ ବୈଠକରେ ଦିଲ୍ଲୀ ସରକାର ପେଟ୍ରୋଲର ଭାଟ୍ ୩୦ ପ୍ରତିଶତରୁ୧୯.୪୦ ପ୍ରତିଶତକୁ ହ୍ରାସ କରିଛନ୍ତି । ବୁଧବାର ମଧ୍ୟ ରାତିରୁ ପେଟ୍ରୋଲର ଏହି ନୂଆ ଦର ଲାଗୁ ହେବ ।

ଚଳିତ ବର୍ଷ ଆରମ୍ଭରୁ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ପାଇଥିଲା । ହେଲେ ଦୀପାବଳି ଅବସରରେ କେନ୍ଦ୍ର ସରକାର ତୈଳ ଦରରେ ଗ୍ରାହକଙ୍କୁ ସାମାନ୍ୟ ଆଶ୍ୱସ୍ତି ଦେଇଥିଲେ । ଇଣ୍ଡିଆନ୍‌ ଅଏଲ୍‌ କର୍ପୋରେସନ୍‌  ସୂତ୍ରରୁ ପ୍ରାପ୍ତ ସୂଚନା ଅନୁସାରେ, ସମ୍ପ୍ରତି ଦିଲ୍ଲୀରେ ପେଟ୍ରୋଲ୍‌ ଲିଟର୍‌ପିଛା  ୧୦୩.୯୭ରେ ବିକ୍ରି ହେଉଥିବା ବେଳେ ଡିଜେଲ୍‌ ଦର ୮୬.୬୭ରେ ରହିଛି।

Leave A Reply

Your email address will not be published.