Latest Odisha News

ଗାଈ ସହ ବିବାହ କଲେ ୭୪ ବର୍ଷୀୟା ମହିଳା

ଭୁବନେଶ୍ୱର: ଏକ ଅନନ୍ୟ ବିବାହକୁ ନେଇ ଚର୍ଚ୍ଚାକୁ ଆସିଛନ୍ତି ଜଣେ ୭୪ ବର୍ଷୀୟା ମହିଳା । ମଣିଷ ନୁହେଁ ବରଂ ଜଣେ ଜନ୍ତୁ ସହ କରିଛନ୍ତି ଦ୍ୱିତୀୟ ବିବାହ । ସେହି ଜନ୍ତୁ ପାଖରେ ମହିଳା ଜଣକ ଦେଖିଥିଲେ ନିଜ ମୃତ ସ୍ୱାମୀଙ୍କ ପ୍ରତିଫଳନ । ଖାସ ଏହି କାରଣରୁ ମହିଳା ଜଣକ ଗାଈକୁ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ ।

କମ୍ପୋଡିଆର ଉତ୍ତରପୂର୍ବ କ୍ରେଟି ଇଲାକାରେ ରହନ୍ତି ଖିମ୍ ହେଙ୍ଗ୍ । ଦ ସନ୍ ର ରିପୋର୍ଟ ଅନୁଯାୟୀ କିମଙ୍କ ବିବାହ ସମୟର କୌଣସି ଭିଡିଓ ନାହିଁ । ହେଲେ ସେ ଗାଈକୁ ବିବାହ କରିବା ସମୟରେ ଗାଁ ଲୋକେ ସାମିଲ ଥିବା ନେଇ ଦାବି କରିଛନ୍ତି । ଖିମଙ୍କ ଅନୁଯାୟୀ ସେ ବିବାହ କରିଥିବା ଗାଈ ମଧ୍ୟରେ ତାଙ୍କ ସ୍ୱାମୀଙ୍କ ଆତ୍ମା ରହିଛି । ସେଥିପାଇଁ ଗାଈ ତାଙ୍କ ଗାଲ, ଚେହେରା ଓ ଚୁଟିକୁ ଚାଟିବା ସହ ଶିଢି ଚଢି ତାଙ୍କ ପାଖରେ ପହଂଚିଯାଉଛି ।

ବିବାହ ପରେ ଖିମ୍ ଗାଈଟିର ଯତ୍ନ ନେବାରେ ଲାଗିଛି । ତାକୁ ଗାଧୋଇଦେବା ସହ ଶୋଇବା ଲାଗି ଶେଯ ପ୍ରସ୍ତୁତ କରିଦେଉଛନ୍ତି । ଏପରିକି ନିଜ ସ୍ୱାମୀଙ୍କ ଦ୍ୱାରା ବ୍ୟବହୃତ ତକିଆକୁ ବି ସେ ଗାଈ ପାଖରେ ରଖିବାକୁ ଭୁଲୁନାହାଁନ୍ତି । ଅନ୍ୟପଟେ ସେହି ଗାଈକୁ ବାପା ରୂପେ ସମ୍ବୋଧନ କରିବାକୁ ଖିମ୍ ନିଜ ପିଲାମାନଙ୍କୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି । ଖିମ୍‌ଙ୍କ ଏପରି ବିବାହକୁ ତାଙ୍କ ପୁଅ ବିଶ୍ୱାସ କରିବା ସହ ସ୍ଥାନୀୟ ଲୋକେ ମଧ୍ୟ ଏହି ଘଟଣାକୁ ଗ୍ରହଣ କରିନେଇଛନ୍ତି ।

Leave A Reply

Your email address will not be published.