Latest Odisha News

BREAKING NEWS

କୁକୁର ଭୁକିଲା ବୋଲି ମାଲିକଙ୍କ ଜୀବନ ନେଇଗଲେ

ନୂଆଦିଲ୍ଲୀ: କୁକୁର ଭୁକିଲା । ହେଲେ ରାଗ ସୁଝାଇଲେ ମାଲିକଙ୍କ ଉପରେ । ଫଳ କାଟିବା ପାଇଁ ଆଣିଥିବା ଛୁରିରେ ମାଲିକଙ୍କ ଗଳାକାଟି ହତ୍ୟା କରିଦେଲେ । ଏବେ ନିଜ ଦୋଷ ସ୍ୱୀକାର କରିଛନ୍ତି ଅଭିଯୁକ୍ତ ରାଜବିନ୍ଦର ସିଂ । ଅଷ୍ଟ୍ରେଲିଆ ପୋଲିସ  ଆସି ଦିଲ୍ଲୀରୁ ଅଭିଯୁକ୍ତଙ୍କୁ ଗିରଫ କରିଛି ।

ରାଜବିନ୍ଦରଙ୍କର ତାଙ୍କ ପତ୍ନୀ ସହ ଝଗଡ଼ା ହୋଇଥିଲା । ରାଗରେ ସେ ଘରୁ କିଛି ଫଳ ଓ ଏକ ଛୁରୀ ଧରି କୁଇନ୍ସଲାଣ୍ଡ ବିଚକୁ ବାହାରି ଆସିଥିଲେ । ସେଠାରେ ସେ ଫଳ କାଟୁଥିଲେ । ଏହି ସମୟରେ ତୋୟ କୋଡିଙ୍ଗଲି ନିଜ କୁକୁରକୁ ଧରି ବିଚକୁ ୱାକରେ ଆସିଥିଲେ । କୁକୁର ରାଜବିନ୍ଦରଙ୍କୁ ଦେଖି ଭୁକିବାକୁ ଲାଗିଲା । ଏହାକୁ ନେଇ କୋଡିଙ୍ଗଲି ଏବଂ ରାଜବିନ୍ଦରଙ୍କ ମଧ୍ୟରେ ଝଗଡା ହୋଇଥିଲା । ଏଥିରେ ରାଗିଯାଇ ରାଜବିନ୍ଦର ଧରିଥିବା ଛୁରୀରେ ଆକ୍ରମଣ କରିଥିଲା । ଏହାପରେ ଶବର ଅର୍ଦ୍ଧାଧିକ ଅଂଶ ପୋତି ଦେଇ ପଳାଇ ଯାଇଥିଲେ ।

୨୦୧୮ ଅକ୍ଟୋବର ୨୧ ତାରିଖ ୨୪ ବର୍ଷୀୟ କୋଡିଙ୍ଗାଲିଙ୍କ ମୃତଦେହ କୁଇନ୍ସଲାଣ୍ଡ ବିଚରୁ ଉଦ୍ଧାର କରାଯାଇଥିଲା । ସେ ସମୟରେ ଅଷ୍ଟ୍ରେଲିଆ ସରକାର ଅଭିଯୁକ୍ତଙ୍କୁ ଧରାଇ ଦେବା ପାଇଁ ୧ ମିଲିଅନ ଡଲାର ପୁରସ୍କାର ଘୋଷଣା କରିଥିଲେ ।

ଅଭିଯୁକ୍ତ ଅଷ୍ଟ୍ରେଲିଆର ଏକ ଡାକ୍ତରଖାନାରେ ନର୍ସିଂ ଆଟେଣ୍ଡାଣ୍ଟ ଭାବେ କାମ କରନ୍ତି । ଘଟଣାର ୨ ଦିନ ପରେ ସେ ନିଜ ତିନି ସନ୍ତାନ ଏବଂ ପତ୍ନୀଙ୍କୁ ଛାଡ଼ି ପଞ୍ଜାବ ଅମୃତସର ସ୍ଥିତ ନିଜ ଘରକୁ ପଳାଇ ଆସିଥିଲେ । ମାର୍ଚ୍ଚ ୨୦୨୧ରେ ଅଷ୍ଟ୍ରେଲିଆ ସରକାର ଭାରତକୁ ରାଜବିନ୍ଦରଙ୍କ ପ୍ରତ୍ୟର୍ପଣ ପାଇଁ ଅପିଲ କରିଥିଲେ ଏବଂ ରାଜ୍ୟ ସରକାର ଗତମାସରେ ଏଥିପାଇଁ ରାଜି ହୋଇଥିଲେ ।

Leave A Reply

Your email address will not be published.