Latest Odisha News

BREAKING NEWS

ଶୋଭିତାଙ୍କ ସହ ବିଦେଶ ଯାତ୍ରା କଲେ ନାଗା, ଭାଇରାଲ ହେଲା ଫଟୋ

ନୂଆଦିଲ୍ଲୀ : ପୁଣି ଚର୍ଚ୍ଚାରେ ନାଗା ଚୈତନ୍ୟ । ଶୋଭିତାଙ୍କୁ ଡେଟ୍‌ କରୁଥିବା ନେଇ ସୋଶିଆଲ ମିଡିଆରେ ଚର୍ଚ୍ଚା ଜୋର ଧରିଛି  । ନିକଟରେ ସାଉଥ ସୁନ୍ଦରୀ ସାମନ୍ଥା ରୁଥ ଏବଂ ନାଗାଙ୍କର ଛାଡ଼ପତ୍ର ହୋଇଥିଲା  । ଏନେଇ ନାଗା ଏବଂ ଶୋଭିତାଙ୍କ ଫଟୋକୁ ନେଇ ସୋଶିଆଲ ମିଡିଆରେ ଭାଇରାଲ ହେଉଛି । ଯେଉଁଥିରେ ନାଗା ଶୋଭିତାଙ୍କ ସହ ବିଦେଶରେ ବୁଲୁଥିବାର ନଜର ଆସିଛନ୍ତି ।

ଜଣେ ଫ୍ୟାନ ତାଙ୍କ ଇନ୍‌ଷ୍ଟା ପେଜ୍‌ରେ ସେୟାର କରିଥିବାର ଦେଖିବାକୁ ମିଳିଛି । ଏହି ଭାଇରାଲ୍ ଫଟୋରେ ନାଗା ଶୋଭିତା ସମାନ ରଙ୍ଗର କଳା ଜ୍ୟାକେଟ ପିନ୍ଧିଛନ୍ତି । ସେମାନଙ୍କ ସମ୍ପର୍କକୁ ନେଇ ନାଗା ଗଣମାଧ୍ୟମକୁ ଉତ୍ତରରେ କିଛି କହିବା ବଦଳରେ ହସିଦେଇଥିଲେ  । କହିଥିଲେ ଏହାର ଉତ୍ତରରେ କେବଳ ମୁଁ ହସିପାରିବି।

ଯାହାକୁ ଶୁଣି ୟୁଜର୍ସ ମାନେ ସେମାନଙ୍କ ପ୍ରଶ୍ନର ଉତ୍ତର ପାଇଯାଇଛନ୍ତି ବୋଲି କହିଛନ୍ତି । ନାଗା ଏବଂ ଚୈତନ୍ୟ ୨୦୧୭ରେ ବିବାହ କରିଥିଲେ । ପରେ ସାମନ୍ଥା ରୁଥଙ୍କୁ ଛାଡ଼ପତ୍ର ଦେଇଥିଲେ  । ଏବେ ନାଗା ତାଙ୍କ ଜୀବନରେ ଆଗକୁ ବଢ଼ିଥିବାର ଶୁଣିବାକୁ ମିଳୁଛି  ।

ଶୋଭିତା ଧୁଲିପାଲାଙ୍କୁ ୱେବ୍ ସିରିଜ୍ ମେଡ୍ ଇନ୍ ହ୍ବେନରେ ଦେଖିବାକୁ ମିଳିଥିଲା ​​ଏବଂ ଏହି ଶୋ’ ପରେ ସେ ଦର୍ଶକଙ୍କର ଖୁବ ନିକଟତର ହୋଇଥିଲେ । ରମଣ ରାଘବ 2.0, କାଲାକାଣ୍ଡି, ସେଫ୍‌, ପରି ବଲିଉଡ ଚଳଚ୍ଚିତ୍ରରେ ମଧ୍ୟ ଅଭିନୟ କରିଥିଲେ। ହିନ୍ଦୀ ଚଳଚ୍ଚିତ୍ର ବ୍ୟତୀତ ସେ କୁରୁପ, ମେଜର, ମୁଥନ୍ ଏବଂ ଗୁଡାଚାରି ଭଳି ଚଳଚ୍ଚିତ୍ରରେ କାମ କରିଛନ୍ତି।

Leave A Reply

Your email address will not be published.