Latest Odisha News

୧୧ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ନିଜ ଦେଶ ପଠାଇଲା ଦିଲ୍ଲୀ ପୋଲିସ

ନୂଆଦିଲ୍ଲୀ: ଭାରତରେ ଅବୈଧ ଭାବେ ବାଂଲାଦେଶୀମାନେ ପ୍ରବେଶ କରୁଛନ୍ତି। ନକଲି ଆଧାର କାର୍ଡ ଏବଂ ଭୋଟ ପରିଚୟ ବନେଇ ଦେଶର ବିଭିନ୍ନ ଅଞ୍ଚଳରେ ବାସ କରୁଛନ୍ତି।
ସହରରେ ଅବୈଧ ଭାବରେ ରହୁଥିବା ଏହି ବାଂଲାଦେଶୀଙ୍କ ବିରୋଧରେ ଦିଲ୍ଲୀ ପୋଲିସର ଅଭିଯାନ ଜାରି ରଖିଛି। ଦିଲ୍ଲୀର ବିଭିନ୍ନ ଅଞ୍ଚଲରେ ଅବୈଧ ଭାବରେ ବାଂଲାଦେଶୀ ରହୁଛନ୍ତି। ଯାହାଙ୍କୁ ଧରି ବାଂଲାଦେଶ ପଠାଉଛି ପୋଲିସ।

ଏହିକ୍ରମରେ ରବିବାରୁ ପୋଲିସ ପୁଣି ୧୧ ବାଂଲାଦେଶୀଙ୍କୁ ଧରି ସେମାନଙ୍କୁ ନିଜ ଦେଶକୁ ପଠାଇଛି। ପୋଲିସର ସୂଚନା ଅନୁଯାୟୀ, ସମସ୍ତ ୧୧ ଅବୈଧ ନାଗରିକଙ୍କୁ FRRO ମାଧ୍ୟମରେ ପୁନଶ୍ଚ ବାଂଲାଦେଶ ପଠାଯାଇଛି। ଦକ୍ଷିଣ-ପଶ୍ଚିମ ଜିଲ୍ଲାର ଆଣ୍ଟି ସ୍ନାଚିଂ ସେଲ ୧୧ ବାଂଲାଦେଶ ନାଗରିକଙ୍କୁ ଧରିଥିଲା। ପୋଲିସ ଉପାୟୁକ୍ତ (ଦକ୍ଷିଣ-ପଶ୍ଚିମ) ସୁରେନ୍ଦ୍ର ଚୌଧୁରୀ କହିଛନ୍ତି ମହିପାଳପୁରରେ ଚାଲିଥିବା ଅଭିଯାନ ଅନୁଯାୟୀ ୧୧ ବାଂଲାଦେଶୀ ନାଗରିକା ବିନା କୌଣସି ବୈଧ ଡକ୍ୟୁମେଣ୍ଟରେ ହୋଟେଲରେ ରହିଥିବାର ସୂଚନା ମିଳିଥିଲା।

ଏମାନେ ପର୍ଯ୍ୟଟକ ଭିସାରେ ଭାରତରେ ପ୍ରବେଶ କରିଥିଲେ ଏବଂ ଭିସା ଅବଧି ସରିବା ପରେବି ଦିଲ୍ଲୀରେ ରହିଥିଲେ। ଏହା ପୂର୍ବରୁ ମଧ୍ୟ ପୋଲିସ ଦିଲ୍ଲୀରେ ଅବୈଧ ଭାବରେ ରହୁଥିବା ବାଂଲାଦେଶୀ ମାଆ-ପୁଅଙ୍କୁ ସେମାନଙ୍କ ଦେଶକୁ ପଠାଇଥିଲା। ମହିଳା ଜଣକ ୨୦୦୫ରୁ ଦକ୍ଷିଣ-ପଶ୍ଚିମ ଦିଲ୍ଲୀରେ ରହୁଥିଲେ, ଯେତେବେଳେକି ତାଙ୍କ ପୁଅ ମଧ୍ୟ ଚାରି ବର୍ଷ ତଳେ ବାଂଲାଦେଶରୁ ଆସି ତାଙ୍କ ସହ ରହୁଥିଲା। ତା’ ପୂର୍ବରୁ ଡିସେମ୍ବର ୨୯ରେ ମଧ୍ୟ ଦିଲ୍ଲୀର ରଙ୍ଗପୁରୀ ଅଞ୍ଚଳରେ ଗୋଟିଏ ୮ ଜଣିଆ ସଦସ୍ୟ ବିଶିଷ୍ଟ ପରିବାରକୁ ବାଂଲାଦେଶ ପଠାଇଥିଲା ପୋଲିସ।

Comments are closed.