Latest Odisha News

କ୍ରାଇମ ସିନ ରିକ୍ରିଏଟ ପାଇଁ ବ୍ରିଜଭୂଷଣଙ୍କ ଘରେ ଦିଲ୍ଲୀ ପୋଲିସ

ନୂଆଦିଲ୍ଲୀ: ଅନ୍ତର୍ଜାତୀୟ ରେଫେରୀ ଜଗବୀର ସିଂ ସାକ୍ଷୀ ଦେବା ପରେ ଅଡୁଆରେ ପଡିଛନ୍ତି ସାଂସଦ ତଥା କୁସ୍ତିସଂଘ ଅଧ୍ୟକ୍ଷ  ବ୍ରିଜଭୂଷଣ  । ଦିଲ୍ଲୀ ପୋଲିସ କ୍ରାଇନ ସିନ ରିକ୍ରିଏଟ କରବା ପାଇଁ ଜଣେ ମହିଳା ପହିଲମାନଙ୍କୁ ନେଇ ତାଙ୍କ ଘରେ ପହଞ୍ଚିଛନ୍ତି ।

କୁସ୍ତିସଂଘ ଅଧ୍ୟକ୍ଷ ବ୍ରିଜ ଭୂଷଣଙ୍କ ବିରୋଧରେ ଯୌନ ଉତ୍ପୀଡନ ମାମଲାର ଯାଞ୍ଚ ପାଇଁ ପୋଲିସ ତାଙ୍କ ଘରେ ପହଞ୍ଚିଛି । ଏହା ପୂର୍ବରୁ ମଧ୍ୟ ଦିଲ୍ଲୀ ପୋଲିସ ତାଙ୍କ ଘରକୁ ୨ ଥର ଯାଇ ଜେରା କରି ସାରିଛି । ଖବର ଅନୁଯାୟୀ, ଆଜି ସୁଦ୍ଧା ପୋଲିସ ୨୦୦ରୁ ଅଧିକ ବ୍ୟକ୍ତିଙ୍କ ବୟାନ ସଂଗ୍ରହ କରିଛି । ଏମାନଙ୍କ ମଧ୍ୟର; କୋଚ, ଅଧିକାରୀ ଏବଂ କୁସ୍ତି ଯୋଦ୍ଧା ବି ସାମିଲ ଅଛନ୍ତି ।

ଆଜି ପୋଲିସର ଏକ ସ୍ୱତନ୍ତ୍ର ତଦନ୍ତକାରୀ ଟିମ ବ୍ରିଜଭୂଷଣଙ୍କ ଘରକୁ ଯାଇଛି । ଏଥିରେ ୨ ଜଣ ମହିଳା ପୁଲିସ କର୍ମୀ ମଧ୍ୟ ଅଝଛନ୍ତି । ଏମାନେ ମହିଳା କୁସ୍ତି ଯୋଦ୍ଧାଙ୍କୁ ନେଇ ବ୍ରଜଭୂଷଣଙ୍କ ଘରେ ପହଞ୍ଚିଛନ୍ତି । ଟିମରେ ଆଇପିଏସ ଅଧିକାରୀ ମଧ୍ୟ ଅଛନ୍ତି ।  କୁହାଯାଉଛି ଏହି ଟିମ ବ୍ରଜଭୂଷଣଙ୍କ ଘରେ ୩୦ ମିନିଟ ରହି ତଦନ୍ତ କରିଥିଲା  ।

ସୂଚନାଥାଉ କି, ବ୍ରିଜ ଭୂଷଣଙ୍କ ବିରୋଧରେ ସାକ୍ଷୀ ଦେଇଛନ୍ତି ଅନ୍ତର୍ଜାତୀୟ ରେଫେରୀ ଜଗବୀର ସିଂ । ଆଜି ଏକ ଆଲୋଚନା ପ୍ରସଙ୍ଗରେ ସେ କହିଛନ୍ତି,ସେ ଦେଖିଛନ୍ତି, ଜଣେ ମହିଳା କୁସ୍ତିଯୋଦ୍ଧାଙ୍କୁ ବ୍ରିଜଭୂଷଣ ଧରି ରଖିଥିଲେ ଏବଂ ମହିଳା କୁସ୍ତିଯୋଦ୍ଧା  ବହୁ ସଂଘର୍ଷ କରି ବ୍ରିଜଭୂଷଣଙ୍କ କବଳରୁ ଖସିଥିଲେ । ତାଙ୍କୁ ଧକ୍କା ଦେଇ ସେଠାରୁ ଖସି ଆସିବାରେ ସମର୍ଥ ହୋଇଥିଲେ ।

ଜଗବୀର ସିଂ ୨୦୦୭ର ଅନ୍ତରାଷ୍ଟ୍ରୀୟ କୁସ୍ତୀ ରେଫରୀ । ସେଦିନର ଘଟଣା ବର୍ଣ୍ଣନା କରି ସେ କହିଛନ୍ତି, ମହିଳା କୁସ୍ତିଯୋଦ୍ଧା ଜଣକ ବ୍ରିଜ ଭୂଷଣଙ୍କୁ ଧକ୍କା ଦେଇଥିଲେ । ଏଥିସହିତ କିଛି କହି ଦୂରକୁ ଚାଲିଯାଉଥିବା ସେ ଦେଖିଛନ୍ତି ବୋଲି କହିଛନ୍ତି । ଜଗବୀର କହିଛନ୍ତି, ସେ ଏକାଧିକବାର ମହିଳା ରେସଲରଙ୍କୁ ବ୍ରିଜଭୂଷଣ ହଇରାଣ କରୁଥିବା ଦେଖିଛନ୍ତି ।

 

Leave A Reply

Your email address will not be published.